ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଫିରିଙ୍ଗିମାଲ ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନର ବ୍ଲକ ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ପଂଚାୟତ ସ୍ତରୀୟ କମିଟି ଗଠନ କରିବା ସହିତ ଚାଷୀମାନଙ୍କ ସବୁ ପରିସ୍ଥିତିରେ ଛିଡା ହୋଇ ଲଢ଼ିବା ଓ କୃଷକମାନଙ୍କ ସମସ୍ତ ପ୍ରକାର ଅସୁବିଧାରେ ଏହି ସଂଗଠନ କାର୍ଯ୍ୟ କରିବା ସଂଗଠନର ମୂଳ ଲକ୍ଷ ବୋଲି ସଂଘର ବ୍ଲକ ସଭାପତି ଅରବିନ୍ଦ ପଣ୍ଡା ଆହ୍ୱାନ କରିଥିଲେ । ଏହି ବୈଠକରେ ସମସ୍ତଙ୍କ ମତାମତ ନେଇ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ କୀର୍ତ୍ତନ ସାହୁ ସଭାପତି, ପବିତ୍ର ସାହୁ ଉପ ସଭାପତି, ବିଶ୍ଵାମିତ୍ର ସୁନା ସମ୍ପାଦକ, ଗଜିନ୍ଦ୍ର ସାହୁ ସହ ସମ୍ପାଦକ, ସମାରୁ ସାହୁ କୋଷାଧ୍ୟକ୍ଷ, ଉପଦେଷ୍ଟା ମଣ୍ଡଳୀରେ ମୋହନ ସିଂ ବରିହା, ଦୀନବନ୍ଧୁ ପାଣ୍ଡେ, ନିରାକାର ସା, ଲମ୍ବୋଦର ସାହୁ, ଶ୍ୟାମ ସୁନ୍ଦର ସୁନାଙ୍କୁ ଚୟନ କରି ୨୧ ଜଣିଆ କମିଟି ଗଠନ କାରାଯାଇ ସର୍ବ ସମ୍ମତି କ୍ରମେ ସଂଗଠନର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ସମସ୍ତ ଗ୍ରାମର ଚାଷୀ ଯୋଗଦାନ କରିଥିଲେ । ଆଗାମୀ ଦିନରେ ଚାଷୀମାନଙ୍କ ପାଇଁ ରାଜବୋଡାସମ୍ବର କୃଷକ ସଙ୍ଗଠନ, ଗାଇସିଲେଟ ବ୍ଲକରେ ସମସ୍ତେ ମିଶି ଏକଜୁଟ ହୋଇ କାମ କରିବା ପାଇଁ ଆଲୋଚନା କରାଗଲା । ସବୁ କ୍ଷେତ୍ରରେ କାମ କରି ଚାଷୀମାନଙ୍କ ସମସ୍ତ ଅସୁବିଧାରେ ସଙ୍ଗବଦ୍ଧ ହୋଇ ଲଢେଇ କରିବା ବୋଲି ନିଷ୍ପତି ଗ୍ରହଣ କରାଗଲା । ଏହି ବୈଠକରେ ରାଜବୋଡସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା, ଉପ ସଭାପତି ସରୋଜ ସାହୁ, କୋଷଧକ୍ଷ ଆନନ୍ଦ ଚନ୍ଦ୍ର ପଧାନ, ବିରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସଂଗଠନର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରି ସଭା ସାଙ୍ଗ କରିଥିଲେ ।
Next Post