shyamal

ପୂଜ୍ୟପୂଜା ସେବା ସଂଗଠନର ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନର କର୍ମକର୍ତ୍ତା, ବିଦ୍ୟାଳୟର ଶିକ୍ଷକ, ଶିକ୍ଷା କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ମିଳିତ ଭାବରେ ବୃକ୍ଷରୋପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉପଦେଷ୍ଟା ଜୟରାମ ମିଶ୍ର ଓ କପିଳପତି ବରେଣ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ମହତ୍ୱ ଓ ତାର ବୃଦ୍ଧିରେ ସମାଜର କିପରି ମଙ୍ଗଳ ହେବ ସେ ଉପରେ ବକ୍ତବୟ ପ୍ରଦାନ କରି ପିଲାମାନଙ୍କୁ ବୃକ୍ଷ ଲଗାଇବା ପାଇଁ ଶପଥ ପାଠ କରାଇଥିଲେ । ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ମିଶ୍ର କୁଇଜ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ହୃଷିକେଶ ପୁରୋହିତ, ଚୁଡେନ୍ଦ୍ର କୁମାର ବେହେରା, ସୁନାଧର ବନଛୋର, ଗୋବିନ୍ଦ ଚନ୍ଦ୍ର ସେଠ, ଗୌର ପଟେଲ ଓ ମଦନ ମୋହନ ରଥ । ଗଛର ସୁରକ୍ଷା ପାଇଁ ପିଲାମାନଙ୍କ ଭିତରେ ବିଭାଗ ବଣ୍ଟନ କରି ଗଛର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସଭାକୁ ପରିଚାଳନା କରିଥିଲେ ଶିକ୍ଷକ ଅନୀଲ କୁମାର ସାହୁ ଓ ଲଲାଟ କେଶରୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

purusottam
Leave A Reply

Your email address will not be published.