om academy

ବାସନ୍ଦ ଭୟରେ ଉଠିଲାନି ଶବ : ସ୍ୱେଚ୍ଛାସେବୀ ସଂଗଠନ କଲେ ଦାହ ସଂସ୍କାର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଯୁଗରେ ମଧ୍ୟ ଜାତି ଭେଦଭାବରୁ ଦୂରେଇ ନାହାନ୍ତି ଲୋକେ । ଆଜି ମଧ୍ୟ ଜାତିକୁ ନେଇ ବାସନ୍ଦ କରିବା ଭଳି କଠୋର ପଦକ୍ଷେପ ସମାଜରେ ଦେଖିବାକୁ ମିଳୁଛି । ପୁଣି ଏଭଳି ଏକ ଦୃଶ୍ୟ ଆଜି ଦେଖିବାବୁ ମିଳିଥିଲା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ । ସଇଁତଲା ଥାନା ବର୍‌ହାମାଲ୍‌ ଗାଁର ୩୫ ବର୍ଷୀୟ ଉପେନ୍ଦ୍ର ବଗର୍ତ୍ତିଙ୍କ ମୃତଦେହ ୫ ଘଣ୍ଟାରୁ ଅଧିକ ସମୟ ମେଡିକାଲ୍‌ରେ ପଡିରହିଥିଲା । ତାଙ୍କ ପରିବାରର କେହି ତାଙ୍କୁ ନେବାକୁ ଆସିନଥିଲେ । ତାଙ୍କ ସ୍ତ୍ରୀ ଭାଗ୍ୟବତୀ ନାଏକ ଓ ଦୁଇ ଶିଶୁ ତାଙ୍କ ପାଖରେ ଥିବା ବେଳେ ଗାଁ ସହ ପରିବାର ଲୋକଙ୍କୁ ମୃତ୍ୟୁ ଖବର ଦିଆଯାଇଥିଲେ ବି କେହି ଆସିନଥିଲେ । ଉପେନ୍ଦ୍ରଙ୍କ ଝାଡାବାନ୍ତିରୁ ଦେହ ଖରାପ ହୋଇ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଉପେନ୍ଦ୍ର ବାହା ହୋଇଥିବା ଝିଅ ଭାଗ୍ୟବତୀ କୁଚିଣ୍ଡାର ହୋଇଥିବା ବେଳେ ସେ ଅନ୍ୟ ଜାତିର ହୋଇଥିବା ଯୋଗୁଁ ଉପେନ୍ଦ୍ରଙ୍କ ଘର ଲୋକେ ଉପେନ୍ଦ୍ରଙ୍କ ଶବ ଆଣିଲେ ଗାଁ ଲୋକ ବାସନ୍ଦ କରିବେ ଭାବି କେହି ପାଖ ମାଡ଼ିନଥିବା କୁହାଯାଇଛି । ମୃତ୍ୟୁ ପରେ ଏନେଇ ଗାଁର ସମ୍ପର୍କୀୟ ଭାଇ ଓ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ମୃତ ଶବକୁ ନେଇ ସ୍ଥାନୀୟ ବିଜାଖମନ ଠାରେ ଦାହ ସଂସ୍କାର କରିଥିଲେ । ତେବେ ଆଜିର ଯୁଗରେ ମଧ୍ୟ ଏଭଳି ମାନସିକତା ରଖିବା, ମାନବ ସମାଜ ପାଇଁ ଅତ୍ୟନ୍ତ ଲଜ୍ୟାର ବିଷୟ ବୋଲି ଆଲୋଚନା ହେଉଛି । ଜାତି ଭେଦଭାବକୁ ନେଇ ବାସନ୍ଦ କରିବା ଭଳି ହୀନ ମାନସିକତା ଏକ ସାମାଜିକ କଳଙ୍କ ବୋଲି ସ୍ୱେଚ୍ଛାସେବୀ ଗୋବିନ୍ଦ କହିଛନ୍ତି । ଅନ୍ୟପଟେ ଏହି ଘଟଣାର ତଦନ୍ତ ହେବ ବୋଲି ଭୀମଭୋଇ ମେଡିକାଲ୍‌ ଫାଣ୍ଡି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.