ଚନ୍ଦନଭାଟି ବିଦ୍ୟାଳୟରେ ସତ୍ୟସାଇ ସଂଗଠନ ପକ୍ଷରୁ ବୃକ୍ଷରୋପଣ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସତ୍ୟ ସାଇ ସଂଗଠନ ବଲାଙ୍ଗିର ଚନ୍ଦନଭାଟି ପ୍ରଧାନ ଶିକ୍ଷକ ସତ୍ୟବ୍ରତ ମିଶ୍ର ଏବଂ ନକୁଲ ସାହୁଙ୍କ ନେତୃତ୍ୱରେ ଚନ୍ଦନଭାଟି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସତ୍ୟସାଇ ସଂଗଠନ ବଲାଙ୍ଗିରର ସମସ୍ତ ସଦସ୍ୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ଓ ଚନ୍ଦନଭାଟିର ଭାଇ ଓ ଭଉଣୀଙ୍କ ସହାୟତା ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା । ଡାକ୍ତର ରସରାଜ ଠାକୁର, ସମୀର ସୁନା, ପ୍ରବୀଣ ଖମାରୀ, ଅଜିତ ନାଗ, ସୁଜିତ ନାଏକ, ପ୍ରଭୁଦତ୍ତ ପ୍ରଧାନ, ରମେଶ ମହାକୁର, ସଂଯୁକ୍ତା ବନଛୋର, ମମତା ଠାକୁର, ନିକିତା ସାହୁ, ପୂର୍ଣିମା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.