ପଦ୍ମପୁର ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟଅତିଥି ମୋହନ ମାଝୀ ବିଧାୟକ କେଉଁଝର ବିରୋଧୀ ଦଳ ନେତା ବିଜେପି, ସଭାପତି ପ୍ରୀତେଶ ବହିଦାର, ଅବାହାକ ଅଶୋକ ମିଶ୍ର, ସମ୍ପାଦକ କୁନାଲ ପାଣିଗ୍ରାହୀ ମା’ ସମଲେଶ୍ୱରୀଙ୍କ ପୂଜାର୍ଚନା କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭିକ ସଂଗୀତ କନ୍ୟାଶ୍ରମ ହାଇସ୍କୁଲ ଛାତ୍ରୀଙ୍କ ଦ୍ୱାରା ଗାନ କରିଥିଲେ । ମୁଖ୍ୟଅତିଥିଙ୍କ ବକ୍ତବ୍ୟ ପରେ ଆନନ୍ଦ ବାଗ ବ୍ରହ୍ମବିଣା ବାଦକ, ରମେଶ ଗୁର୍ଲା ଫୋକ ଆର୍ଟ ରିସର୍ଚ୍ଚସର, ହେମଶାଗର ପ୍ରଧାନ ପ୍ରକୃତି ବନ୍ଧୁଙ୍କୁ ସମ୍ମାନିତ କରାଯାଇଥିଲା । ମନୋଜ ମିଶ୍ର ଏନ୍‌ଏସ୍‌ଡି ଓଲିଉଡ଼ ଷ୍ଟାର ଓ ସପନ ମିଶ୍ର କଲଚୁରାଲ ଏକ୍ଟିଭିଟିଜଙ୍କୁ ସ୍ୱାଗତ ଓ ସମ୍ଵର୍ଦ୍ଧିତ କରାଯାଇଥିଲା । ରେଶ୍ମା ରାଣୀ ଦାସ ପ୍ରତ୍ୟୁଷ ମିଶ୍ରଙ୍କ ଦ୍ୱାରା ସଂଗୀତ ପରିବେଷଣ ହୋଇଥିଲା । ନକୁ ଭାଇ ଦେବକଲା ମଣ୍ଡଳ ଛୋଟା ଉଦେପୁର (ଗୁଜରାଟ), ବିହୁ (ଆସାମ), କନ୍ୟାଶ୍ରମ ନୃତ୍ୟ, ବ୍ରହ୍ମପୁରିଦାଣ୍ଡିଆ ରାସ ଗ୍ରୁପ ଜୁନାଗଡ(ଗଞ୍ଜାମ), ଯେନିଥ ଲୟଂସ ଗୁରୁକୁଳର ସମ୍ବଲପୁରୀ ଓ ଦଶ ଅବତାର ନୃତ୍ୟ, ସୌନ୍ଦରାମ କଲଚୁରାଲ ଗ୍ରୁପ (ଗୁଜରାଟ), ମହାବୀର ଏଣ୍ଡ ସଂସ ଭବାଣିପାଟଣାଙ୍କ ଦ୍ୱାରା ମନମୁଗ୍ଧ କର ନୃତ୍ୟ ପରିବେଷଣ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ କେଶରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ ବହିଦାର, ଅଞ୍ଜନ ପ୍ରଧାନ ଓ ସ୍ଵେଜାଲ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଟାଉନ କ୍ଲବର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପରିଶେଷରେ ସମ୍ପାଦକ କୁନାଲ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.