oom

‘ଦି ମେଲୋଡି ଭାଇବ୍ସ’ ପକ୍ଷରୁ ରଙ୍ଗାରଙ୍ଗ ସଙ୍ଗୀତ ସନ୍ଧ୍ୟା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସଙ୍ଗୀତ ହିଁ ଜୀବନର ପରିଭାଷା । ଯାହାକୁ ଆଧାର କରି ‘ଦି ମେଲୋଡି ଭାଇବ୍ସ’ ଆନୁକୂଲ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ମନଛୁଆଁ ଓଡ଼ିଆ ସଙ୍ଗୀତର ଚିତ୍ତାକର୍ଷକ କାର୍ଯ୍ୟକ୍ରମ ‘ସୁନେଲି ସନ୍ଧ୍ୟା’ । ରାଉରକେଲାର ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ଆୟୋଜିତ ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ ଆର୍‌ଏସ୍‌ପି, ସେଫ୍ଟି ଇଂଜିନିୟରିଂ ବିଭାଗର ମହାପ୍ରବନ୍ଧକ ଅବକାଶ ବେହେରା । ସେହିପରି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ସମାଜସେବୀ ଗୁରିନ୍ଦର୍ ସିଂ ଓ କମଲ ଅଗ୍ରୱାଲ । ଇସ୍ପାତ ସହରର ବହୁ ଜଣାଶୁଣା କଣ୍ଠଶିଳ୍ପୀମାନଙ୍କର ଯାଦୁକରୀ ସ୍ୱରର ମୂର୍ଚ୍ଛନା ଶୀତୁଆ ସନ୍ଧ୍ୟାରେ ଭରିଦେଇଥିଲା ବେଶ୍ ଉଷ୍ମତା । କଣ୍ଠଶିଳ୍ପୀ ରଜତ ସାହୁ, ପ୍ରଦୀପ ମହାନ୍ତ, ସୁଖପାଲ୍ ସିଂ, ସୋନାଲି ରଥ, ଇତି ପଟ୍ଟନାୟକ, ପିଙ୍କି ପ୍ରୀୟଦର୍ଶିନୀଙ୍କ କଣ୍ଠରେ ମମତାର ମଧୁମତୀ, ରୂପା ଶଗଡ଼ିରେ, ପାଦରେ ପାଦ ଛନ୍ଦା, ସହରରେ ଲାଗିଯିବ ନିଆଁ, ଯେଦିନୁ ପାଇଛି ମୋ ପ୍ରୀୟା ଭଳି ଅନେକ କାଳଜୟୀ ଅଭୁଲା ଗୀତର ଚମତ୍କାର ପରିବେଷଣ ବିଳମ୍ବିତ ରାତି ଯାଏ ବେଶ୍ ମତୁଆଲା କରିଥିଲା ଶ୍ରୋତାମାନଙ୍କୁ । ଏଥିସହିତ ସ୍କେଲୋଫୋନ ଓ ବଇଁଶୀ ମାଧ୍ୟମରେ ଅନେକ ପୁରାତନ ଓଡ଼ିଆ ଗୀତ ବଜାଇଥିଲେ ବଲଜିତ୍ ସିଂ । କାର୍ଯ୍ୟକ୍ରମଟିକୁ ବିଶ୍ୱଜିତ ନାୟକ ସଞ୍ଚାଳନ କରିଥିବା ବେଳେ ବାଦ୍ୟ ଯନ୍ତ୍ରରେ ସହଯୋଗିତା କରିଥିଲେ ଭୁବନେଶ୍ୱରର ସିମ୍ଫୋନୀ ବ୍ୟାଣ୍ଡର ଶିଳ୍ପୀ ବୃନ୍ଦ ।

jittmm
Leave A Reply

Your email address will not be published.