
- ବୁଡି ଅଂଚଳର ସମୃଦ୍ଧ ଐତିହ୍ୟ, କଳା ସଂସ୍କୃତିର ପୁନଃଉଦ୍ଧାର ହେଉ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଡେମ୍ ମାଗୁରବେଡା ସ୍ଥିତ ପଡିଆରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ଉଦ୍ୟମରେ ଆୟୋଜିତ ବନଦୁର୍ଗା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ସଭାପତି ସଂଜୟ ଗଡତ୍ୟାଙ୍କ ସ୍ୱାଗତ ଭାଷଣ ପରେ ମୁଖ୍ୟ ଅତିଥି ବର୍ଷିୟାନ ରାଜନେତା ଓ କୋଶଲବାଦୀ ନେତା ବାଳଗୋପାଳ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଅଂଚଳର ବିକାଶ କଥା ଉଠାଇ ଏ ମହୋତ୍ସବର ଉଦ୍ଦେଶ୍ୟ ନିଶ୍ଚୟ ସଫଳତାର ଶୀର୍ଷକୁ ଛୁଇଛି । ଯେ ପର୍ଯ୍ୟନ୍ତ ଏ ପ୍ରକଳ୍ପ ଦ୍ୱାରା ବିସ୍ଥାପିତଙ୍କ ମୌଳିକ ସୁବିଧା ପୂରଣ ନ ହୋଇପାରିଛି ସେ ପର୍ଯ୍ୟନ୍ତ ବିକଶିତ ହୋଇ ପାରିବ ନାହିଁ । ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ଭାରତର କୌଣସି ସ୍ଥାନରେ ଏଭଳି ଭାବରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ଏକ ମହୋତ୍ସବର ମଂଚ ଆୟୋଜନ କରି ସବୁ ବର୍ଗର ଲୋକଙ୍କୁ ଯୋଡିବା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ଆସନ୍ତୁ ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢିବା ଏବଂ ବିଗତ ସରକାର ଯାହା ନ କରିଛିି ଏ ସରକାର ପାଇଁ ଏକ ସୁଯୋଗ ସୃଷ୍ଟି କରିଛି ମାନବିକ ମୂଲ୍ୟବୋଧର ସୁରକ୍ଷା କରିବା ପାଇଁ । ବିଶିଷ୍ଟ ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ ସରକାର ଏ ଅଂଚଳର ଲୋକଙ୍କ ବିକାଶ କରି ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅନେକ ସୁଯୋଗ ଥିବା ସୂଚନା ଦେଇଥିଲେ । ଦୁର୍ନୀତିକୁ ଘୋର ବିରୋଧ କରି ବିସ୍ଥାପିତଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆସନ୍ତୁ ସବୁ କର୍ମକୁ ପ୍ରଚାର ସର୍ବସ୍ୱ ନ କରି ପ୍ରକୃତରେ କାମ କରି ଲୋକଙ୍କୁ ଅଧିକାର ଦେବା । ବରିଷ୍ଠ ସ୍ତମ୍ଭକାର ହେମନ୍ତ ପଣ୍ଡା ଏ ଅଂଚଳ ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ । ପ୍ରକଳ୍ପ ହେବା ପରେ ଧ୍ୱଂସ ପାଇଯାଇଥିବା କଳା ସଂସ୍କୃତି ପରଂପରାକୁ ଉଜ୍ଜିବୀତ କରିବା ପାଇଁ ଏ ମଂଚ ବେଶ ଗୁରୁତ୍ୱପୂର୍ଣ୍ଣ । ସମାଜସେବୀ ଶ୍ରୀକର ମିଶ୍ର ସମସ୍ତଙ୍କୁ ଏକାଠି ହେବା ପାଇଁ ଆହ୍ୱାନ ଜଣାଇଥିଲେ । ବିଶିଷ୍ଟ ଚାଷୀନେତା ଜତି ପ୍ରଧାନ ଏ ପ୍ରକଳ୍ପର ପାଣି ଶତପ୍ରତିଶତ ଚାଷ ଜମି ପାଇଁ ଉଦ୍ଦିଷ୍ଟ ହେଉ ବୋଲି କହିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଯୋତ କଳା କେନ୍ଦ୍ର, ବୁଢା ପାର୍ଥ ଶବର ନୃତ୍ୟ ସୁନ୍ଦରଗଡ, କିଲର ଡେନ୍ସ ଗ୍ରୁପ, ଚିଲିକା ରାଣୀ ପାଇକ ଆଖଡା, ଖଞ୍ଜଣି ଭଜନ ମାଗୁରବେଡା, ଗୋପାଳ ପଣ୍ଡା ଓ ସାଥୀ କଂସ ଦରବାର ସହ ମଂଚ ଦୁଲୁକୁଥିଲା । ସଭା କାର୍ଯ୍ୟକ୍ରମକୁ ବିକାଶ ରଂଜନ ରଥ ସଂଯୋଜନା କରିଥିବା ବେଳେ ସଂପାଦକ ଜୟକୃଷ୍ଣ ମିଶ୍ର ମଂଚ ପରିଚାଳନା କରିଥିଲେ । ମହୋତ୍ସବ କମିଟିର କର୍ମକର୍ତ୍ତା କୈଳାସ ଚନ୍ଦ୍ର ସିଂଦେଓ, ନରେନ୍ଦ୍ର ବିଶି, ପ୍ରମୋଦ ପଟେଲ, ଗିରିଧାରୀ ପୁଟା, ଅଜୟ ବର୍ଗେ, ବ୍ୟାସଦେବ ବନଛୋର, ଭାରତ ସାହୁ, ଗଣନାଥ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।