ls

ଅଜଣା ବ୍ୟକ୍ତିଙ୍କ ମୃତଦେହ ମାଟି ତଳୁ ଉଦ୍ଧାର : ହତ୍ୟା ସନ୍ଦେହ

sb

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ ଥାନା ଅନ୍ତର୍ଗତ ଗଙ୍ଗାସାଗର ପଞ୍ଚାୟତ କର୍ଲାକଟା ଠାରୁ ଏକ ମୃତଦେହ ମାଟି ତଳୁ ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ ଯେ, ସ୍ଥାନୀୟ ଲୋକ ଶୌଚ ପାଇ ଯାଇଥିବା ବେଳେ ହଠାତ ଦେଖିବାକୁ ପାଇଥିଲେ ମାଟି ତଳୁ ଗୋଡ ଦିଶୁଛି । ପରେ ସ୍ଥାନୀୟ ଲୋକ ପାଟଣାଗଡ ପୋଲିସକୁ ଖବର ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ମୃତକ ଜଣକର ପରିଚୟ ମିଳିନଥିବା ବେଳେ ମୃତକ କଳା ରଙ୍ଗର ନିକର ଏବଂ ରାଉଣ୍ଡ ନେକର ଗୋଟିଏ କଳା ଗେଞ୍ଜି ପିନ୍ଧିଥିବା ଜଣାପଡିଛି । ମୃତକର ଆନୁମାନିକ ବୟସ ୩୫ରୁ ୪୦ ବର୍ଷ ବୟସ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛିନ୍ତି । ଶବ ପୋତା ଯାଇଥିବା ସ୍ଥାନରେ ରକ୍ତ ପଡିଥିବା ସହ କେହି ମାରି ମାଟିରେ ପୋତି ଦେଇଥିବା ସନ୍ଦେହ କରାଯାଉଛି । ଏନେଇ ପାଟଣାଗଡ଼ ଥାନା କେସ ୟୁ ଡି କେସ୍‌ ନଂ ୧୩/୨୦୨୪ରେ ଏକ ଅପମୃତ୍ୟୁ ମାମଲା ଋଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜିଲ୍ଲା ପୋଲିସ ଅଧିକ୍ଷକ ରିଷିକେଶ ଖିଲାରୀ ପ୍ରକାଶ କରିଛନ୍ତି ।

pc pk
Leave A Reply

Your email address will not be published.