ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ନେଇ ଗଦା ଗଦା ସଂଦେହ ଏବେ ବି ଜନସାଧାରଣରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟାକୁ ନେଇ ଗଦା ଗଦା ସଂଦେହ ଏବେ ବି ଜନସାଧାରଣରେ ଘୁରି ବୁଲୁଛି । ଗୋବିନ୍ଦ ସାହୁକୁ ଉଦ୍ଧାର କରାଯାଇ ଡାକ୍ତରଖାନା ନେବା ବେଳେ ସେ ବଂଚିଥିଲା ଓ ତାର ନିଶ୍ୱାସ ପ୍ରଶ୍ୱାସ ଚାଲିଥିଲା ବୋଲି ଗୋବିନ୍ଦଙ୍କ ଓକିଲ ମତ ରଖୁଥିବା ବେଳେ ଗୋବିନ୍ଦଙ୍କ ବେକରେ ଗାମୁଛାର ଚିହ୍ନ ନରହି ରଶି ଚିହ୍ନ କେମିତି ରହିଲା ବୋଲି ବି ସାଧାରଣରେ ଆଲୋଚନା ଜୋର୍‌ ଧରିଛି । ଅନ୍ୟପଟେ ତନାଘନା ତଦନ୍ତ ଚଳାଇଛି କ୍ରାଇମ୍‌ ବ୍ରାଂଚ୍‌ ଟିମ୍‌ । ତେବେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ନା ଆଉ କିଛି, ତାହା ପରବର୍ତ୍ତୀ ସମୟର ତଦନ୍ତ ହିିଁ କହିବ ବୋଲି ଆଲୋଚନା ଚାଲିଛି । ଗୋବିନ୍ଦରର ମୃତଦେହରୁ ମିଳିଥିବା ଝିଅ ଉଦ୍ଦେଶ୍ୟରେ ଲେଖା ହୋଇଥିବା ଚିଠି ବି ସଂଦେହକୁ ଆହୁରି ଗାଢ଼ କରିଥିବା ଲୋକ ଚର୍ଚ୍ଚା କରୁଥିବା ବେଳେ ଏହି ସୁଇସାଇଟ୍‌ ସସ୍‌ପେନ୍ସ ଆହୁରି ଗାଢ଼ ହେବାରେ ଲାଗିଛି ।

Leave A Reply

Your email address will not be published.