ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ବିଜୟା ଦଶମୀରେ ସଞ୍ଚାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୟା ଦଶମୀରେ ବଲାଙ୍ଗିର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଏକ ସଞ୍ଚାଳନ କାର୍ଯ୍ୟକ୍ରମ ଆଜି ଅପରାହ୍ନ ୩ଟାରୁ ବାହାରି ନଗର ପରିକ୍ରମା କରି ପୃଥ୍ୱୀ ରାଜ ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଯାଇଥିଲେ । ଅସ୍ତ୍ର ଶସ୍ତ୍ର ଘୋଷ ବାଦ୍ୟ ଶହ ସ୍ୱୟଂ ସେବକ ମାନେ ଯାଇଥିଲେ । ପଡ଼ିଆରେ ଏକ ବୌଦ୍ଧିକ କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଓକିଲ ନକୁଲ ଅଗ୍ରୱାଲ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବରେ ସଂଘର ସହ ପ୍ରାନ୍ତ ପ୍ରଚାରକ ସୁରେନ୍ଦ୍ର ପଣ୍ଡା ଯୋଗଦେଇ ବକ୍ତବ୍ୟ ରଖି ଥିଲେ । ଜିଲ୍ଲା କାର୍ଯ୍ୟବାହୀ ସୁଶାନ୍ତ ନାୟକ ଆତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟା ମାନଙ୍କ ମଧ୍ୟରେ ବିଭାଗ ସଂଘ ଚାଳକ ଯତୀନ୍ଦ୍ର ମୋହନ ପାଠୀ, ଜିଲ୍ଲା ସଂଘ ଚାଳକ ପ୍ରଭାକର ପାତ୍ର ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଶସ୍ତ୍ର ପୂଜନ ସହିତ ଗୌରିକ ଧ୍ଵଜ ଲଗାଯାଇ ଶାରୀରିକ ପ୍ରଦର୍ଶନ କରାଯାଇଥିଲା । ସ୍ୱୟଂ ସେବକ ମାନଙ୍କ ସହିତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସଞ୍ଚାଳନରେ ଭାଗ ନେବା ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.