୬୫ତମ ଓଡିଶା ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ପି.ପି. ଏକାଡେମୀ ଛାତ୍ରମାନଙ୍କ କୃତିତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ରାଜ୍ୟ ସନ୍ତରଣ ପ୍ରତିଯୋଗିତା ୨୩ରୁ ୨୫ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ସନ୍ତରଣାଗାରଠାରେ ଆୟୋଜିତ ହୋଇଯାଇଛି । ରାଜ୍ୟ ସନ୍ତରଣ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଜିଲ୍ଲାରୁ ୧୭ ଜଣ ଛାତ୍ର ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୬ ଜଣ ପି.ପି.ଏକାଡେମୀର ଛାତ୍ର ସେମାନେ ହେଲେ ସୋମନାଥ ପୁଟେଲ ଦଶମ ଶ୍ରେଣୀର ଛାତ୍ର, ସୌରଭ ପୁଟେଲ ଅଷ୍ଟମ ଶ୍ରେଣୀ ଛାତ୍ର, ସ୍ୱାଗତ ସେଠ ଓ ସକ୍ଷମ ସେଠ ନବମ ଶ୍ରେଣୀ ଛାତ୍ର ଏବଂ ମନିକୋଶ ନାଏକ ଓ ଶ୍ରବଣ ସେଠ ସପ୍ତମ ଶ୍ରେଣୀ ଛାତ୍ର ଅଂଶଗ୍ରହଣ କରିଥିଲେ । ବଲାଙ୍ଗିର ଜିଲ୍ଲା ସର୍ବମୋଟ ୧୫ଟି ମେଡାଲ ପ୍ରାପ୍ତ କରିଥିଲେ । ଏଥି ମଧ୍ୟରୁ ପି.ପି. ଏକାଡେମୀର ସୋମନାଥ ପୁଟେଲ ଗୃପ-୨ରେ ୫୦ ମିଟର ବଟରଫ୍ଲାଏ ଷ୍ଟୋକରେ ବ୍ରୋଞ୍ଜ ମେଡାଲ, ୮୦୦ ମିଟର ଫ୍ରି ଷ୍ଟାଇଲ ରେ ରୌପ୍ୟ ପଦକ, ୪ଙ୍ଘ୧୦୦ ମିଟର ମିଡ୍‌ଡେ ରିଲେରେ ରୌପ୍ୟ ଏବଂ ୧୦୦ ମିଟର ବଟରଫ୍ଲାଏ ରେ ବ୍ରୋଞ୍ଜ ପଦକ ପ୍ରାପ୍ତ କରିଥିଲେ । ସେହିପରି ଭାବରେ ସ୍ୱାଗତ ସେଠ ୫୦ମିଟର ବେକ୍‌ ଷ୍ଟୋକରେ ସ୍ୱର୍ଣ୍ଣ, ୧୦୦ମିଟର ବେକ୍‌ ଷ୍ଟୋକ ରେ ରୌପ୍ୟ ପଦକ ଏବଂ ୨୦୦ ମିଟର ବେକ୍‌ ଷ୍ଟୋକ ରେ ରୌପ୍ୟ ପଦକ ପ୍ରାପ୍ତ କରିଛନ୍ତି । ସୌରଭ ପୁଟେଲ ୧୦୦ମିଟର ବ୍ରେଷ୍ଟ ଷ୍ଟୋକରେ ରୌପ୍ୟ ମେଡାଲ, ୫୦ମିଟର ବ୍ରେଷ୍ଟ ଷ୍ଟୋକରେ ରୌପ୍ୟ ପଦକ, ୪ଙ୍ଘ୧୦୦ ମିଟର ରିଲେ ରେ ରୌପ୍ୟ ମେଡାଲ ପ୍ରାପ୍ତ କରିଛନ୍ତି । ଏହି ପରିଭାବରେ ମୋଟ ୧୧ଟି ପଦକ ଲାଭ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଂଶୁପା ଭୋଇ, କ୍ରୀଡା ଶିକ୍ଷୟତ୍ରୀ ସସ୍ମିତା ରାଣୀ ମିଶ୍ର ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

jittmm
Leave A Reply

Your email address will not be published.