ମୁରିବାହାଲ ଥାନାରେ ନୂତନ ଆଇଆଇସି ରୂପେ ସନାତନ ସାହୁଙ୍କ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନାର ନୂତନ ଆଇଆଇସି ରୂପେ ସନାତନ ସାହୁ ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥାପିତ ଥିଲେ । ମୁରିବାହାଲ ଥାନାରେ ଆଇଆଇସି ଥିବା ସିପୋରା ସରାୟ ଲୁଗୁନଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଛି । ଲୁଗୁନ ଗତ ୧୭/୦୬/୨୦୨୩ରେ ମୁରିବାହାଲ ଥାନାରେ ଆଇଆଇସି ରୂପେ ଯୋଗ ଦେଇଥିଲେ।ତାଙ୍କ ସମୟରେ ସେ ମୁରିବାହାଲ ଥାନାର ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ନୂତନ ଆଇଆଇସି ରୂପେ ଯୋଗ ଦେଇଥିବା ଶ୍ରୀ ସାହୁ ସମସ୍ତଙ୍କ ସହଯୋଗରେ ପୂର୍ବଭଳି ଥାନା ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତିକୁ ବ୍ୟବସ୍ଥିତ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୁରିବାହାଲ ବ୍ଲକର ୧୭ଟି ପଞ୍ଚାୟତକୁ ନେଇ ୨୦୧୬ମସିହା ଡିସେମ୍ବର ୨୦ତାରିଖରେ ମୁରିବାହାଲ ଥାନା ଗଠିତ ହୋଇଥିଲା । ଶ୍ରୀ ସାହୁଙ୍କୁ ଥାନାର ସମସ୍ତ କର୍ମଚାରୀ ସ୍ଵାଗତ କରିଥିଲେ । ନୂତନ ଆଇଆଇସି ଶ୍ରୀ ସାହୁଙ୍କୁ ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ଦୁର୍ଗାନନ୍ଦ ମହାକୁରଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.