ସାନଭାଇ ଆକ୍ରମଣରେ ବଡ଼ଭାଇ ମୃତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅଧିନ କୁଶମେଲ ଗ୍ରାମରେ ସାନ ଭାଇର ଆକ୍ରମଣରେ ବଡ଼ଭାଇର ମୃତ୍ୟୁ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । କୁଶମେଲ ଗ୍ରାମର ଚନ୍ଦ୍ରଶେଖର କରଚେଲ ଓ ନିରଜ କରଚେଲ ଦୁଇ ଭାଇ । ଗତ କିଛିଦିନ ହେଲା ସମ୍ପତ୍ତି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା । ତେବେ ଗତ ୫ ତାରିଖରୁ ଚନ୍ଦ୍ରଶେଖର ଘରୁ ନିଖୋଜ ଥିଲେ । ନିକଟସ୍ଥ ଭାଲୁଡୁଙ୍ଗୁରୀ ଗାଁ ପାହାଡ଼ ନିକଟରେ ଜନୈକ ଯୁବକଙ୍କ ଶବ ପଡିଥିବା ନେଇ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଚିହ୍ନଟ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠାଇଥିଲା । ଏଥିସହିତ ମୃତ ଚନ୍ଦ୍ରଶେଖରକୁ ତାର ନିଜ ସାନଭାଇ ନିରଜ ହତ୍ୟା କରି ଜଙ୍ଗଲରେ ଫୋପାଡ଼ି ଦେଇଥିବା ସଦର ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ଅଭିଯୁକ୍ତ ନିରଜକୁ ଅଟକ ରଖି ପୋଲିସ ପଚରା ଉଚୁରା ଜାରି ରଖିଥିବା ଜଣାଯାଇଛି ।

Leave A Reply

Your email address will not be published.