ସାନଭାଇର ଗୁଳିରେ ବଡଭାଇ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର କିଆପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାନଭାଇର ଗୁଳି ମାଡ଼ରେ ବଡ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି । ସୂଚନାନୁଯାୟୀ, କିଆପଦର ଗ୍ରାମର ଯୁବରାଜ ପାଣ୍ଡେ ତାଙ୍କ ଘର ନିକଟରେ ଠିଆ ହୋଇଥିଲେ । ସେହି ସମୟରେ ତାଙ୍କ ସାନଭାଇ କାର୍ତ୍ତିକ ଯୁବରାଜଙ୍କ ଉପରକୁ ଏକ ଦେଶୀ ଛୋଟ ବନ୍ଧୁକରେ ଅତର୍କିତ ଭାବେ ୨ଟି ଗୁଳି ଚାଳନା କରିଥିଲେ । ପରିବାର ଲୋକେ ଆହତ ଯୁବରାଜଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଗୁଳିମାଡ଼ ହୋଇଛି ତାହା ଅସ୍ପଷ୍ଟ ଥିବାବେଳେ ନୁଆଁଖାଇବାସୀରେ ପାରିବାରିକ କଳହ ଯୋଗୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । କର୍ଲାପାଟ ପୋଲିସ ଘଟଣା ସମ୍ପର୍କରେ ତଦନ୍ତ କରୁଛି । ଅଭିଯୁକ୍ତ ଫେରାର ଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.