ନୃସିଂହ ନାଥ ଏସ ଏସ ଡି ହାଇସ୍କୁଲରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ନୃସିଂହନାଥ ଏସଏସଡି ହାଇ ସ୍କୁଲ ମିଟିଂ ହଲରେ ଶୁକ୍ରବାର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଶିକ୍ଷକ ସୁରେନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ସମାଜସେବୀ ବଡ ଶତପଥୀ, ସମ୍ମାନିତ ଅତିଥି, କେଦାରନାଥ ଦାଶ, ବିଜୟ ଶଙ୍କର ଦେହୁରୀ, ଯୋଗଦେଇ ବିଦାୟ ନେଉଥିବା ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତି, ଆସିଷ୍ଟେଣ୍ଡ ଶିକ୍ଷକ ସୁବାସ ପ୍ରଧାନଙ୍କ ରହଣି କିପରି ଥିଲା ସେନେଇ ବିଷଦ ଭାବରେ ସ୍ମୁତି ଚାରଣ କରିଥିଲେ । ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ଓ ଆସିଷ୍ଟେଣ୍ଡ ଶିକ୍ଷକଙ୍କୁ ଉପଢୌକନ ଓ ଫୁଲତୋଡ଼ା ଦେଇ ଛାତ୍ରୀମାନେ ସମ୍ବର୍ଦ୍ଧିତ କରିଥିବା ବେଳେ ଅନ୍ୟ ଅତିଥିମାନଙ୍କୁ ମଧ୍ୟ ଫୁଲତୋଡ଼ା ଓ ଉପଢୌକନ ଛାତ୍ରଛାତ୍ରୀମାନେ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ଭଲଭାବରେ ପାଠପଢି ହାଇସ୍କୁଲର ନାମ ରଖିବା ପାଇଁ ଉପଦେଶ ଦେଇଥିଲେ । ଉଚ୍ଚବ ଭୁଏ ସଭା ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀମାନେ ଏଥିରେ ଉପସ୍ଥିତ ଥିଲେ । ଅନେକ ଛାତ୍ର ଓ ଛାତ୍ରୀମାନେ ମଧ୍ୟ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଶେଷରେ ଅଶ୍ୱିନୀ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.