ଆପ୍ ବଲାଙ୍ଗିରର ସଦସ୍ୟମାନେ ବଲାଙ୍ଗିର ଜିଲ୍ଲାପାଳ ଅଫିସ ସମ୍ମୁଖରେ ପ୍ରତିବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫକୀର ମୋହନ ବିଶ୍ୱ ବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ ବିଇଡି ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଉପରେ ତାଙ୍କ କଲେଜର ଏଚ୍‌ଓଡିଙ୍କ ଦ୍ୱାରା ମାସ ମାସ ଧରି ହୋଇଥିବା ସେକ୍ସଉଏଲ ହେରଶମେଣ୍ଟ, ଅସଦାଚରଣ, ଦୁର୍ବ୍ୟବହାର ବିଷୟରେ ଅନେକ ଥର ସୌମ୍ୟାଶ୍ରୀ ବିଶି କଲେଜ କର୍ତ୍ତୃପକ୍ଷ, ସରକାରୀ ଦଳର ନେତା, ମନ୍ତ୍ରୀ, ପୋଲିସ, ସମସ୍ତଙ୍କୁ ବିଭିନ୍ନ ମାଧ୍ୟମରେ ଜଣାଇଲେ, ଶେଷରେ ମିଡିଆ ସାମ୍ନାରେ ଆସିଲେ ଟ ବହୁତ ସଂଘର୍ଷ କଲେ ତା ପରେ ମଧ୍ୟ କୌଣସି ନ୍ୟାୟ ପାଇପାରିଲେ ନାହିଁ କି ବିଜେପିର ଫେଲୁଅର ସରକାର ସୌମ୍ୟାଶ୍ରୀ ବିଶିଙ୍କୁ ବଂଚାଇ ପାରିଲେ ନାହିଁ ଶେଷରେ ସୌମ୍ୟାଶ୍ରୀ ବିଶି ଗତ ଜୁଲାଇ ୧୨ ତାରିଖ ସୌମ୍ୟାଶ୍ରୀ ନିଆଁ ଲଗାଇ ପ୍ରାଣ ଆହୁତି ଦେଇଦେଲେ ଏବଂ ଜୁଲାଇ ୧୪ ତାରିଖରେ ଭୁବନେଶ୍ୱରରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେଣୁ ଏହି ପ୍ରୟୋଜିତ ହତ୍ୟାରେ ନେତା, ମନ୍ତ୍ରୀ, ଛାତ୍ର କେତେ ଜଣ ଙ୍କ ହାତ ଅଛି କିମ୍ବା ସଂପୃକ୍ତ ସମସ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉ ଏବଂ ଓଡିଶା ସରକାରର ଫେଲୁଅର ଆଇନ ବ୍ୟବସ୍ଥା ଯୋଗୁଁ ଓଡିଶାରେ ବାରମ୍ବାର ବଢୁଥିବା ହତ୍ୟା, ଅସଦଚରଣକୁ ନିୟନ୍ତ୍ରଣ କରାଯାଉ ବୋଲି ଆପ୍‌ ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ କହିଥିଲେ ଏବଂ ବିଜେପି ଓଡିଶା ସରକାରରେ ଆସିବା ଦିନ ଠୁ ଓଡିଶାରେ ବାରମ୍ବାର ହତ୍ୟା, ହେସମେଣ୍ଟ, ବଳାତ୍କାର ଏବଂ ଅନେକ କ୍ରାଇମ୍‌ ହେଉଛି, ଯଦି ଆମେ ଦେଖିବା ଗୋଟେ ବର୍ଷରେ ୩ ହଜାରରୁ ଅଧିକ ବଳାତ୍କାର, ଦିନକୁ ୧୫ ବଳାତ୍କାର ଓଡିଶା ହେଉଛି ଏବଂ ବର୍ତ୍ତମାନ ଓଡିଶାରେ ଡେଭଲପମେଣ୍ଟ ତ ଜିରୋ କିନ୍ତୁ ଓଡିଶା ସାରା ଭାରତରେ ଅସଦାଚରଣରେ ଏକ ନମ୍ବର ମହାରାଷ୍ଟ୍ରକୁ ମଧ୍ୟ ପଛରେ ପକାଇଦେଲେ ଓଡିଶା । ଏ ସବୁ ବିଜେପିର ନାକାମ ସରକାରର ଉପଲବ୍ଧି, ତେଣୁ ଏହି ସବୁ ଫେଲୁଅର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ରାଜ୍ୟ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ କାରଣ ଆପଣ ଓଡିଶା ଚଳାଇପାରୁନାହାନ୍ତି ବୋଲି ଆପ୍‌ ନେତା ଆଶିଷ ପାଣ୍ଡେ କହିଛନ୍ତି ଏବଂ ଆପ୍‌ ନେତା ଓ ଆପ୍‌ ବଲାଙ୍ଗିରର ସଦସ୍ୟମାନେ ବଲାଙ୍ଗିର ଜିଲ୍ଲାପାଳ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ତିନି ଜଣଙ୍କ କୁଶପୁତ୍ତଳିକା ଦାହ କରି ପ୍ରତିବାଦ କରିଛନ୍ତି ଏବଂ ଓଡିଶାରେ ଆଇନ ବ୍ୟବସ୍ଥା ସୁଦୃଢ କରିବା, ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ଏବଂ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର କରିବା ଦାବି ନାଇ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଇଛନ୍ତି । ଏହି ପ୍ରତିବାଦରେ ଆପ ବଲାଙ୍ଗିରର ରମାକାନ୍ତ ବେହେରା, ଅଶୋକ ସୁନା, ସମ୍ରାଟ କିଶୋର ଭୋଇ, ସଦାଶିବ ମେହେର, ଅନ୍ତର୍ଯ୍ୟାମି ସାହୁ, ପଙ୍କଜ ସାହୁ, ଜୟ ପ୍ରକାଶ ମିଶ୍ର, ଅମନ ମହାପାତ୍ର, କାହ୍ନୁ ଚରଣ, ହାଡୁ ଛତ୍ରିଆ, ଦିଲିପ ମେହେର, ବାଳକୃଷ୍ଣ ନାଏକ, ରାଧେ ସାହୁ, ପ୍ରହଲ୍ଲାଦ ବାଗ, ସନ୍ତୋଷ ବେହେରା, ନିରାକାର ଭୋଇ, ଅମିତ ନାଗ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ସାମିଲ ହୋଇ ଦାବିପତ୍ର ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.