ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ବୈଶାଖ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଅବସରରେ ବଲାଙ୍ଗିର ସ୍ଥିତ ନୃସିଂହ ମନ୍ଦିର ମହନ୍ତ ମହାରାଜ ଓ ଗୁରୁଭାଇ ସେବା ସଂଘ ଆନୁକୁଲ୍ୟରେ ୨୧ ଜଣ ବ୍ରାହ୍ମଣ ବାଳକମାନଙ୍କୁ ବିନା ଶୁଳ୍କରେ ବ୍ରତୋପନୟନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି । ଆସନ୍ତା ତା.୨୨.୦୫.୨୦୨୪ ବୁଧବାର ଦିନ ସନ୍ଧ୍ୟା ୬ଟା ସମୟରେ ଚାରି କର୍ମ ଓ ୨୩ ତାରିଖ ଗୁରୁବାର ଦିବା ୧୨ଟା ସମୟରେ ସାବିତ୍ରୀ ପ୍ରଦାନ କରାଯିବ । ଏଣୁ କମିଟି ଦ୍ୱାରା ବିନମ୍ର ଅନୁରୋଧ କରାଯାଇଛି ଯେ, ନିୟମାନୁସାରେ ଇଚ୍ଛୁକ ବ୍ରାହ୍ମଣ ବାଳକମାନଙ୍କର ସହିତ ପିତାମାତା ନିଜ ବିଜର ଆଧାର କାର୍ଡ ଓ ଆବେଦନ ପତ୍ର ନୃସିଂହ ମନ୍ଦିର କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟ ମେ ୧୫ ପୂର୍ବରୁ ଦାଖଲ କରିବାକୁ ପଡିବ ।
Prev Post