oom

ବ୍ରାହ୍ମଣ ସମାଜ ଦ୍ୱାରା ସାମୁହିକ ବ୍ରତପୋନୟନ ଉତ୍ସବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ରାହ୍ମଣ ମହାସଭା ଦ୍ୱାରା ପ୍ରତିବର୍ଷ ପରି ବଲାଙ୍ଗିର ଶ୍ରୀନୃସିଂହ ମନ୍ଦିର ପରିସରରେ ସାମୁହିକ ବ୍ରତ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ବ୍ରାହ୍ମଣ ମହାସଭାର ପୂର୍ବତନ ସଭାପତି ତଥା ପଣ୍ଡିତ ବ୍ରହ୍ମର୍ଷି ଗିରିଧାରୀ ଶତପଥୀ, ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ପଣ୍ଡିତ ଚନ୍ଦ୍ରଧ୍ୱଜ ମିଶ୍ର ଓ ପଶ୍ଚିମ ଓଡିଶା ବୈଦିକ ପଣ୍ଡିତ ମହାସଂଘର ସମ୍ପାଦକ ପଣ୍ଡିତ କିଶୋର ମିଶ୍ରଙ୍କ ସ୍ୱତନ୍ତ୍ର ତତ୍ତ୍ୱାବଧାନରେ ଏଗାର ଜଣ ବଟୁଧାରୀଙ୍କ ପାଇଁ ଏଗାର ଜଣ ପଣ୍ଡିତଙ୍କ ଦ୍ୱାରା ଏହି ପବିତ୍ର ବ୍ରତପୋନୟନ ଉତ୍ସବ ସମାହିତ କରାଯାଇଥିଲା । ପୂର୍ବତନ ସନ୍ଧ୍ୟାରେ ଚାରି କର୍ମ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ସମାଜସେବୀ ତଥା ପୃଷ୍ଠପୋଷକ ସଭ୍ୟ ଡ. ଶ୍ରୀକର ମିଶ୍ର ଉପସ୍ଥିତ ଥିଲେ । ବ୍ରାହ୍ମଣ ମହାସଭାର ଉପଦେଷ୍ଟା ପଣ୍ଡିତ ସତ୍ୟବନ୍ତ ବେଦବାକ, ସଭାପତି ପଣ୍ଡିତ ଗୋପବନ୍ଧୁ ପୁରୋହିତ, ସମ୍ପାଦକ ପଣ୍ଡିତ ଜୟରାମ ମିଶ୍ର, ସହ-ସଂପାଦକ ଶୁଭେନ୍ଦ୍ର ନେପାକ, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ସଂଗଠନ ସମ୍ପାଦକ କିଶୋର ପୁରୋହିତ, ନଗର ସଭାପତି ନରେନ୍ଦ୍ର କୁମାର ଆଚାର୍ଯ୍ୟ, ନଗର ସଂପାଦକ ସଂକୀର୍ତ୍ତନ ତ୍ରିପାଠୀ, ବରିଷ୍ଠ ସଦସ୍ୟ ପଣ୍ଡିତ ଶ୍ୟାମ ସୁନ୍ଦର ଦାଶ, ଶିବ ଶଙ୍କର ଖୁଆସ, ଜଗନ୍ନାଥ ଷଡଙ୍ଗି, ଶଢାନନ ହୋତା, ଗୋପାଳଜୀ ପାଣିଗ୍ରାହୀ, ଦାମୋଦର ଓତା, ଇଂ କିିଶୋର ମିଶ୍ର, ସରୋଜ କୁମାର ପାଣିଗ୍ରାହୀ, ଡ. ଜ୍ୟୋତିର୍ମୟୀ ପାଣିଗ୍ରାହୀ, ସିର୍ଦ୍ଦେଶ୍ୱର ପାଣିଗ୍ରାହୀ, ବ୍ରଜ କିଶୋର ପଣ୍ଡା, ପ୍ରଭାକର ମିଶ୍ର, ରଞ୍ଜନ କୁମାର ପାଣିଗ୍ରାହୀ, ସୁବାଷ ଶତପଥି, ସନ୍ତୋଷ ତ୍ରିପାଠି, ଶିବ ନାରାୟଣ ରଥ, ଜଗଦୀଶ ପ୍ରସାଦ ନାଥ, ସର୍ଜନ କୁମାର ଆଚାର୍ଯ୍ୟ, ରାକେଶ ପଣ୍ଡା, ଚନ୍ଦ୍ର କୁମାର ପୁରୋହିତ, ନାରାୟଣ ପୁରୋହିତ, ଜଗମୋହନ ତ୍ରିପାଠି ସମେତ ଶକ୍ତି ବାହିନୀର ସଦସ୍ୟା ରଂଜିତା ପାଣିଗ୍ରାହୀ, ନିହାରିକା ମିଶ୍ର, କୁମୁଦିନୀ ମିଶ୍ର, ସାଗରିକା ଗୁରୁ, ରାଜଶ୍ରୀ ତ୍ରିପାଠୀ, ମାଳତୀ ଉଦ୍‌ଗାତା, ଶାନ୍ତିଲତା ପୁରୋହିତ, ମୃଣ୍ମୟୀ ମିଶ୍ର, ଜ୍ୟୋତିର୍ମୟୀ ତ୍ରିପାଠୀ, ସୌଦାମିନୀ ମିଶ୍ର ଇତ୍ୟାଦି ଅନେକ ଉପସ୍ଥିତ ଥିଲେ । ବ୍ରତ ମହୋତ୍ସବ ସମାପନ ପରେ ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସମସ୍ତ ବଟୁଧାରୀମାନଙ୍କୁ ଆଶୀର୍ବାଦ ଓ ପ୍ରମାଣପତ୍ର ପ୍ରଦାନ ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

jittmm
Leave A Reply

Your email address will not be published.