oom

ହେରା ପଞ୍ଚମୀ ଭଜନ ସମାରୋହ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଘୋଷ ଯାତ୍ରା ଅବସରରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ହେରା ପଞ୍ଚମି ତିଥିରେ ପ୍ରମୁଖ ସଙ୍ଗୀତ ଅନୁଷ୍ଠାନର ୩୦ତମ ଭଜନ ସମାରୋହ ସ୍ଥାନୀୟ ରାଧାରାଣୀ ପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପାଳିତ ହୋଇ ଯାଇଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟ କରିଥିବା ଏହିକାର୍ଯ୍ୟ କ୍ରମରେ ପଞ୍ଚମ ମିଉଜିକ ଏକାଡେମୀ ଭୁବନେଶ୍ୱର ଏବଂ ପଞ୍ଚମ ବଲାଙ୍ଗିରର କଳାକାରମାନେ ବିଭିନ୍ନ ସ୍ୱାଦର ଭକ୍ତି ଗୀତ ପରିବେଷଣ କରିଥିଲେ । ବରିଷ୍ଠ ଆକାଶ ବାଣୀ କଣ୍ଠ ଶିଳ୍ପୀ ଦୀପ୍ତି ପ୍ରକାଶ ଦାସ ଯୁବ କଣ୍ଠ ଶିଳ୍ପୀ କୃଷ୍ଣା ଓ ବିଜ୍ଞନ୍ସି ବାରିକ ପ୍ରମୁଖଙ୍କ ସାଙ୍ଗରେ ପଞ୍ଚମର ଛାତ୍ରଛାତ୍ରୀ କୁମାରୀ ଅନ୍ଵେଷା ବାଗ, ଆଦ୍ୟାଶା ବେହେରା, ଏକାପାର୍ଣ୍ଣିକା ମିଶ୍ର, ସ୍ମୁତି ବିନ୍ଦୁ ଝାଙ୍କର, ଆଦ୍ୟାଶା ପାତ୍ର, ଦୀପଶିଖା ସାହୁ, ଆୟୁଷ୍ମାନ ପାଣିଗ୍ରାହୀ, ସାମନ୍ତ ବେହେରା, ଜିତେନ୍ଦ୍ର ବାଗ ବବିତା ତ୍ରିପାଠୀ, ପ୍ରିୟାଂଶ ପଣ୍ଡା, ଅଙ୍କିତ ସାହୁ, ଚିନ୍ମୟ ହିଆଲ, ଇତିଶ୍ରୀ ବାଗ, ବାସନ୍ତୀ ବାରିକ, ଜଶ୍ମିନ ନାୟକ, ବଲ୍ଲବୀ ଦଣ୍ଡସନା, ଶିବଶ୍ରୀ ସାହୁ ପ୍ରମୁଖ ଜଗନ୍ନାଥ ଭଜନ ସାଙ୍ଗରେ ବିଭିନ୍ନ ପ୍ରକାର ଭକ୍ତି ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଉଦଘୋସକ ମଧୁସୁଦନ ନାୟକ ସଂଯୋଜନା କରିଥିବା ବେଳେ ସଙ୍ଗୀତ ନିର୍ଦେଶନା ଦେଇଥିଲେ କ୍ରିଷ୍ଣା ରାଜ ପତି ବାଦ୍ୟ ଯନ୍ତ୍ରରେ ସର୍ବଶ୍ରୀ ଗୌର କିଶୋର ମହାପାତ୍ର, ସନ୍ଦୀପ କୁମାର ସାହୁ, ତନ୍ନୟ କୁମାର, ପ୍ରିନ୍ସ, ଶୁଭେନ୍ଦୁ ଜାଲ, ସଂସ୍କାର ସ୍ୱରୂପ ମିଶ୍ର, ରାଜ ହୋତା ପ୍ରମୁଖ ସହଯୋଗ କରିଥିବା ବେଳେ ପରିଚାଳନା କରିଥିଲେ ଗୁରୁଃଶ୍ରୀ ଗୌର କିଶୋର ମହାପାତ୍ର, ପ୍ରତିକୂଳ ପାଗ ସତ୍ୱେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବହୁ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମକୁ ଉପଭୋଗ କରିଥିବା ଏଜି କାର୍ଯ୍ୟକ୍ରମକୁ ପଣ୍ଡିତ ଗୋକୁଳାନନ୍ଦ ମିଶ୍ର ଏବଂ ରାଧାରାଣୀ ଭକ୍ତ ମଣ୍ଡଳୀ ସଫଳ ରୂପାୟନରେ ସାହାଯ୍ୟ କରିଥିଲେ ।

jittmm
Leave A Reply

Your email address will not be published.