ବଲାଙ୍ଗିର ସହର ୱାର୍ଡ ୧୧ ଓ ୧୨ରେ ବିଜେଡିର ଜନ ସଂପର୍କ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଓ ବିକାଶମୂଳକ କାର୍ଯ୍ୟ ଏବଂ କଳିକେଶଙ୍କ ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତା ନିର୍ବାଚନରେ ସଫଳତା ପ୍ରଦାନ କରିବ ବୋଲି ବିଶ୍ୱାସ ରଖିଛନ୍ତି ଶ୍ରୀମତୀ ମେଘ୍‌ନା ସିଂହଦେଓ । ତେବେ ଶ୍ରୀମତୀ ସିଂହଦେଓ ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ତାଙ୍କ ସ୍ୱାମୀ ବିଧାୟକ ପ୍ରାର୍ଥୀ କଳିକେଶଙ୍କ ପାଇଁ ସ୍ଥାନୀୟ ଅଂଚଳବାସୀଙ୍କ ଠାରେ ଭୋଟ୍‌ ଦେଇ ଜିତେଇବା ପାଇଁ ନିବେଦନ କରିଥିଲେ । ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ୱାର୍ଡ ନମ୍ବର ୧୧ ଜଗନ୍ନାଥ ପଡ଼ା ଓ ୧୨ ନମ୍ୱର ୱାର୍ଡ ରାଧାରାଣୀପଡ଼ା ମିଳିତରେ ଏକ ବିଜେଡିର ଜନ ସଂପର୍କ ସାଧାରଣ ସଭାରେ ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ସହଧର୍ମିଣୀ ମେଘନା ସିଂହଦେଓ, ପୌରାଧ୍ୟକ୍ଷ। ଲିକା ସାହୁ, କାଉନ୍‌ସିଲର୍‌ କିଶୋର କୁମ୍ଭାର, ଲିପିଶ୍ରି ସାଏ, ଗୌରୀ ସାହୁ , ବିଧୁ ଭୂଷଣ ତ୍ରିପାଠୀ ପ୍ରମୁଖ ଅଭିଭାଷଣ ଦେଇଥିଲେ । କଳିକେଶ ସିଂହଦେଓଙ୍କୁ ଓ ସୁରେନ୍ଦ୍ର ସିଂ ଭୋଇଙ୍କୁ ଦୁଇଟି ଶଙ୍ଖରେ ଭୋଟ୍‌ ଦେଇ ବିପୁଳ ମାତ୍ରାରେ ବିଜୟୀ କରିବା ପାଇଁ ବିଜେଡି ନେତା ମାନେ ୱାର୍ଡ଼ ବାସିନ୍ଦାକୁ ନିବେଦନ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଜନସାଧାରଣଙ୍କ ଠାରୁ କଳିକେଶଙ୍କ ପାଇଁ ଭୋଟ୍‌ ଆଶୀର୍ବାଦ ଲୋଡିଥିଲେ । ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ କହିଥିଲେ ଯେ, ଆମର ପୌର ପରିଷଦ ତରଫରୁ ବଲାଙ୍ଗିରର ବିଭିନ୍ନ ୱାର୍ଡର ସମସ୍ୟାର ସମାଧାନ ସହିତ ବିକାଶ କାମ କରାଯାଇଛି । ୱାର୍ଡ ନଂ ୧୧ ଓ ୧୩ରେ ବସ୍ତି ବାସିନ୍ଦାଙ୍କ ଯାହା ସମସ୍ୟା ରହିଥିଲା ତାକୁ ପୂରଣ କରାଯାଇଛି ଆଉ ଯାହା ରହିଯାଇଛି ତାକୁ ନିର୍ବାଚନ ପରେ ଯଥା ଶୀଘ୍ର କରାଯିବ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି । ବଲାଙ୍ଗିର ସହରର ବିଭିନ୍ନ ପଡ଼ାରେ ଏହି ଅବସରରେ ପ୍ରଚାର ଚାଲିଥିବା ବେଳେ ଶହ ଶହ ମାତ୍ରାରେ ୱାର୍ଡର ବାସିନ୍ଦା, ବୁଦ୍ଧିଜୀବୀ ମହିଳା, ଯୁବକ ଏଥିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.