ସାହାଯୋଟ ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଓ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପନ୍ନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ସାହାଯୋଟ ଗାଁରେ ଚାଲିଥିବା ଗିରି ଗୋବର୍ଦ୍ଧନ ପୂଜା ଓ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ମଙ୍ଗଳବାର ଖଲିଆମୁଣ୍ଡାରୁ ବିରାଟ ଶୋଭାଯାତ୍ରାରେ ବାହାରି କଳସ ଆଣି ପୂଜା ସ୍ଥଳରେ ସ୍ଥାପନ କରିଥିଲେ । ଏହି ନାମଯଜ୍ଞରେ ସାହାଯୋଟ, ଭତାଶର, ଚନୁଟମାଲ, ସାଗୁନଭାଡି, ନେହେନା, ନୁଆଗୁଡା ପ୍ରମୁଖ ଗାଁର ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରି ପ୍ରଭୁନାମ ଗାନ କରିଥିଲେ । ଗତକାଲି ପୂର୍ଣ୍ଣାହୁତି ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ପବିତ୍ର ଘିଭେଲା ଓ ତାଙ୍କ ସହ ଧର୍ମିଣୀ ବନିତା ଘିଭେଲା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବେ ଶୈଳ ଶତପଥୀ ଦାୟିତ୍ୱ ତୁଲାଇଥିଲେ । ଆୟୋଜକ କମିଟିର ସଭାପତି ଧନସିଂ ନାଗ, ଉପସଭାପତି ବିପିନ ଘିଭେଲା, ସମ୍ପାଦକ ହିମାଂଶୁ ବାଗ, ଯୁଗ୍ମ ସମ୍ପାଦକ ମନୋଜ ହଂସ, କୋଷାଧ୍ୟକ୍ଷ ଲୋକେଶ୍ୱର ଭାଟି, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଖର୍ସେଲ, କୈଲାସ ଦାସ, ଦେବେନ୍ଦ୍ର ଦାସଙ୍କ ସହ ଗ୍ରାମବାସୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!