jayashree

କଣ୍ଟାବାଞ୍ଜି ଆଇବି ଠାରେ ଗନ୍ଧମାର୍ଦ୍ଦନକୁ ନେଇ ବିଜେଡି ନେତାଙ୍କ ସାମ୍ବାଦିକ ସମ୍ମିଳନୀ

କଣ୍ଟାବାଞ୍ଜି / ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗନ୍ଧମାର୍ଦ୍ଦନ ପାହାଡ ତଳେ ଆଦାନୀ କମ୍ପାନୀ ଜମି କିଣିବା ପରେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ଏନେଇ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ରାଜ୍ୟ ଯୁବ ବିଜେପି ସଂପାଦକ ଅଜିତ ଯୋଶୀ ଏକ ସାମ୍ବାଦିକ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ଗନ୍ଧମାର୍ଦ୍ଦନ ପ୍ରସଙ୍ଗକୁ ନେଇ ଏହା ପାହାଡ ନୁହେଁ ଏହା ଆମ ପାଇଁ ଗର୍ବ ଓ ଗୌରବର ପ୍ରତୀକ । ଏହି ପାହାଡକୁ ତଳି ଅଞ୍ଚଳରେ ଆଦାନୀ ଏବଂ ମହାନଦୀ ମିନେରାଲ ନାମକ ଜଣେ ସଂସ୍ଥା ଜମି କ୍ରୟ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେଣୁ ଆମର ଐତିହାସିକ ସମ୍ପନ୍ନ ଏହି ପର୍ବତର ସୁରକ୍ଷା ପାଇଁ ମୁଁ ସବୁ ଦଳର ନେତା ତଥା ପଶ୍ଚିମ ଓଡ଼ିଶା ବାସୀଙ୍କୁ ଏକଜୁଟ ହୋଇ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ଆଗେଇ ଆସିବା ପାଇଁ ଆହ୍ୱାନ କରୁଛି । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏହି ପର୍ବତକୁ ଆମେ କୌଣସି ମାତ୍ରାରେ ଅନ୍ୟତ୍ର କମ୍ପାନୀକୁ ଦେବୁ ନାହିଁ ବୋଲି ଲିଖିତ ଆକାରରେ ରିଜୋଲୁସନ୍ କରି ଜନସାଧାରଣଙ୍କୁ ଆଶ୍ୱସ୍ତ କରନ୍ତୁ । କେବଳ ଭାଷଣ ବାଜି କରି ଆମେ ଗର୍ଦ୍ଧମାର୍ଦ୍ଦନ ସୁରକ୍ଷା କରିବୁ କହିଲେ ଜନସାଧାରଣ ବିଶ୍ୱାସ କରିବେ ନାହିଁ । ଯଦି ସରକାର ଅତି ଶୀଘ୍ର ଏହି ପାହାଡର ସୁରକ୍ଷା ବିଷୟରେ ସଠିକ୍ ତଥ୍ୟ ପ୍ରଦାନ କରିବେ ନାହିଁ ତାହେଲେ ଆମେ ଏହି ପାହାଡର ସୁରକ୍ଷା ପାଇଁ ନିଜର ବଳିଦାନ ଦେଇ ପାରିବୁ । ବରଗଡ଼-ନୂଆପଡା ରେଲ ଲାଇନର ନାରେ ଢାଳ ଦେଇ ଗନ୍ଧମାର୍ଦ୍ଦନକୁ ଆଦାନୀକୁ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଏହି ରେଲବାଇ ଅନ୍ୟ ସ୍ଥାନ ଦେଇ ମଧ୍ୟ ଯାଇ ପାରିବ କେବଳ ଗନ୍ଧମାର୍ଦ୍ଦନ ଦେଇ ନୁହେଁ । ଯଦି ଗନ୍ଧମାର୍ଦ୍ଦନ ଉପରେ ହାତଳେ ଆମେ ଜୀବନ ଦେବୁ ବୋଲି ଶ୍ରୀ ଯୋଶୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Leave A Reply

Your email address will not be published.