centurian jitm

ପଦ୍ମପୁରରେ ବରଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ମିଳନୀ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ନୂତନ ପେନ୍‌ସନ୍‌ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ସମ୍ମିଳନୀ ପଦ୍ମପୁର ସ୍ଥିତ ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ପ୍ରଥମ ଅଧିବେଶନରେ ବରଗଡ ଜିଲ୍ଲା ସଭାପତି ନନ୍ଦିଘୋଷ ଭୋଇଙ୍କ ଅଧ୍ୟକ୍ଷତା ଓ ରାଜବୋଡାସମ୍ବର ବ୍ଲକ ସଭାପତି ରଘୁନାଥ ପୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ରାୟଗଡା ଜିଲ୍ଲା ସଭାପତି ସୋମନାଥ ଗରୁଡ଼, ବରଗଡ ଜିଲ୍ଲା ପୂର୍ବତନ ସଭାପତି ଡୋଲାମଣି ମାହାରଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ସଭାପତି ଗଣ ଭଟଲି ଯୋଗେଶ୍ୱର ପ୍ରଧାନ, ଭେଡେନ ଭାରଦ୍ୱାଜ ପ୍ରଧାନ, ବିଜେପୁର ପୃଥ୍ୱୀରାଜ ବାରିକ, ସୋହେଲା କୁବେର ମହାପାତ୍ର, ଗାଇସିଲେଟ ରାଧେଶ୍ୟାମ ଯୋଶୀ, ଝାରବନ୍ଧ ବିଷ୍ଣୁଚରଣ ସାହୁ, ଅତାବିରା ବୀରେନ୍ଦ୍ର କୁମାର ଭୋଇ, ପାଇକମାଲ ନିରାକାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇ ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିଭିନ୍ନ ଦାବି ସମୁହ ବିଷୟରେ ଆଲୋଚନା କରି ଉଦ୍‌ବେଗ ପ୍ରକାଶ କରିଥିଲେ । ଏହି ଶିକ୍ଷକ ସମ୍ମିଳନୀର ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ଗୋବର୍ଦ୍ଧନ ଭୁଏ, ରାୟଗଡା ଜିଲ୍ଲା ଶିକ୍ଷକ ସଂଘ ସଭାପତି ସୋମନାଥ ଗରୁଡ଼, ରାଜବୋଡାସମ୍ବର ବ୍ଲକ ସଭାପତି ରଘୁନାଥ ପୁରୀ, ବରଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଶ୍ରୀକାନ୍ତ ବାରିକ ଯୋଗଦେଇ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନନ୍ଦିଘୋଷ ଭୋଇଙ୍କ ସଭାପତିତ୍ୱରେ ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ନୂତନ ପେନ୍‌ସନ୍‌ ଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବିର ଯଥାର୍ଥତା ରହିଛି ଏବଂ ଅତିଶୀଘ୍ର ପୂରଣ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଏବଂ ବିଜେପି ରାଜ୍ୟ ଆଦିବାସୀ ଉପସଭାପତି ଗୋବର୍ଦ୍ଧନ ଭୁଏ ବିଭାଗୀୟ ଅଧିକାରୀ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଶିକ୍ଷକ ସଂଘ ସହ ଉପସ୍ଥିତ ରହିବାକୁ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ ଜିଲ୍ଲା ସଭାପତି ନନ୍ଦିଘୋଷ ଭୋଇ କାର୍ଯ୍ୟକ୍ରମର ସୁନ୍ଦର ଆୟୋଜନ ପାଇଁ ରାଜବୋଡାସମ୍ବର ବ୍ଲକର ବରିଷ୍ଠ ଶିକ୍ଷକ ମନୋଜ କୁମାର ସାହୁଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ମଞ୍ଚସୀନ ଅତିଥି ଗଣ ଓ ସମସ୍ତ ସଂଗ୍ରାମୀ ଶିକ୍ଷକ, ଶିକ୍ଷୟତ୍ରୀ ଗଣଙ୍କୁ ଧନ୍ୟବାଦ ଜ୍ଞାପନ କରଥିଲେ । ଶିକ୍ଷକ ସୁରେଶ ଚୌହାନ ଏବଂ ନେତ୍ରାନନ୍ଦ ସାହୁ ମଞ୍ଚ ସଂଚାଳନ କରିଥିଲେ । ଏହି ବୈଠକରେ ଜିଲ୍ଲା କୋଷାଧ୍ୟକ୍ଷ ଆଶୁତୋଷ ପାତ୍ର, କନିଷ୍ଠ ଶିକ୍ଷକ ସଂଘ ରାଜ୍ୟ ସମ୍ପାଦକ ସୋମ୍ୟ ରଞ୍ଜନ ପ୍ରଧାନ, ବରିଷ୍ଠ ଶିକ୍ଷକ ନେତା ସଚ୍ଚିଦାନନ୍ଦ ଡଣ୍ଡସେନା, ବିରଞ୍ଚି ସାହୁ, ରୂପକ କୁମାର ସାହୁ, ପ୍ରଦୀପ ସାହୁ, ଚକ୍ରଧର ଅଜଗରଙ୍କ ସମେତ ଶତାଧିକ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.