ପାଚିକା ସଂଘ ପକ୍ଷରୁ ଗୁଡାରୀ ବ୍ଲକସ୍ତରୀୟ ସମ୍ମିଳନୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ପାଚିକା ଓ ସହାୟିକା ମହାସଂଘ ଏଆଇସିସିଟିୟୁ ତରଫରୁ ଗୁଡାରୀ ନୂଆଁ ବସଷ୍ଟାଣ୍ଡ ଠାରେ ବ୍ଲକସ୍ତରୀୟ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଓଡିଶାର ଉପଦେଷ୍ଟା ତ୍ରିପତି ଗମାଙ୍ଗ ଓ ବୃନ୍ଦାବନ ବିଡିକା ରାଜ୍ୟ ସରକାରଙ୍କ ଶ୍ରମିକ ଜନ ବିରୋଧି ନୀତି ବିରୁଦ୍ଧରେ ତୀବ୍ର ସମାଲୋଚନା କରିବା ସହ ନଭେମ୍ବର ମାସରେ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ଆନ୍ଦୋଳନ କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ ।
୧ – ପାଚିକା ଓ ସହାୟିକା ମାନଙ୍କୁ ସରକାରୀ ମାନ୍ୟତା ଓ ମାସିକ ୨୬ ହଜାର ଟଙ୍କା ପ୍ରଦାନ କରାଯାଉ ।
୨ – ସ୍କୁଲ ବନ୍ଦ ମିଶ୍ରଣ ଫଳରେ ବାଦ୍‌ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି ଦିଆଯାଉ
୩ – କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ୨୦୦୯ ଡିସେମ୍ବରଠାରୁ ୨୦୧୭ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ୪୦% ଭାଗ ବକେୟା ପାରିଶ୍ରମିକ ପ୍ରଦାନ କରାଯାଉ ।
୪ – ନୂତନ ଶିକ୍ଷା ନୀତି ୨୦୨୦ ବାତିଲ କରାଯାଉ ।
୫ – ପିଲାସଂଖ୍ୟା କମ୍‌ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲାଯାଇ ପାଚିକାମାନଙ୍କୁ ନିଯୁକ୍ତି ଦିଆଯାଉ ।
୬ – ପାଚିକାମାନଙ୍କୁ ୧୦ ମାସ ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ କରିବା ସହିତ ୨୦୨୨ ମେ, ଜୁନ ମାସରେ କାମ କରିଥିବା ସମସ୍ତ ପାଚିକାଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଉ ।
୭ – ଅବସରକାଳୀନ ବୟସ ସୀମା ୬୨କୁ ବୃଦ୍ଧି କରିବା ସହିତ ୬୦ ବର୍ଷ ପରେ ବାଦ୍‌ ପଡିଥିବା ପାଚିକାଙ୍କୁ ଅବସର ପ୍ରଦାନ କରାଯାଉ ।
୮ – ପାଚିକାଙ୍କୁ ପ୍ରତିମାସର ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରାଯାଉ ।
୯ – ମଧ୍ୟାନ୍ନ ଭୋଜନ କାମ ବ୍ୟତୀତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରାଯାଉ ।
୧୦ – ପାଚିକାମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତିକାଳୀନ ଛୁଟିର ବ୍ୟବସ୍ଥା କରାଯାଉ ।
୧୧ – ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ୍‌ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରାଯାଉ ।
୧୨ – ପାଚିକାମାନଙ୍କର ଗତ ୪ ବର୍ଷର ବକେୟା ଶାଢୀ ପ୍ରଦାନ ସହିତ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ ଓ ସାମାଜିକ ନିରାପତ୍ତା, ବୀମାଭୁକ୍ତ କରାଯାଉ ।
୧୩ – ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମିକ ପ୍ରଦାନ କରାଯାଉ ।
୧୪ – ଶ୍ରମିକ, କର୍ମଚାରୀ ବିରୋଧ ଶ୍ରମ କୋଡକୁ ବାତିଲ କରାଯାଉ ।
୧୫ – ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍‌ରେ ଆବଶ୍ୟକୀୟ ବ୍ୟୟ ବରାଦ କରିବାର ବ୍ୟବସ୍ଥା କରିବା ସହିତ ଛାତ୍ରମାନଙ୍କର ମୁଣ୍ଡପିଛା ଖାଇବା ଖର୍ଚ୍ଚ ବୃଦ୍ଧି କରାଯାଉ, ବୋଲି ମୁନି ଶବର, ମୁକ୍ତା ଶବର, ସବିତା ଶବର, ରିନା ଶବର, ସେବତୀ ଶବର, ପୁଷ୍ପା ତୋଇକା, ସନ୍ତୋଷୀ କୈବର୍ତ୍ତ, ଏ. ସାବିତ୍ରୀ, ରିନୁ କିମ୍ଭାକା, କରୁଣାକର ଲିମା ପ୍ରମୁଖ ଦାବି କରିଛନ୍ତି ।

Leave A Reply

Your email address will not be published.