ମାଣ୍ଡୋସିଲରେ ଜିଲ୍ଲା‌ସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ରବିବାର ବରଗଡ଼ ଜିଲ୍ଲା ୨୬ତମ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ସଙ୍ଗତି ମଣ୍ଡଳ ଶ୍ରୀଅରବିନ୍ଦ ପାଠଚକ୍ର ସଙ୍ଗଠନ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଜୟନ୍ତୀ ସିଂଙ୍କ ପରିଚାଳିତ ଆଲୋଚନାଚକ୍ରରେ ମମତା ଦାସ, ବୈଜୟନ୍ତୀ ଧରୁଆ, ଆହ୍ଲାଦିନୀ ଦଲେଇ, ତପସ୍ଵିନୀ ମହାପାତ୍ର, ପ୍ରତିମା ଗୁରୁ ଆଲୋଚନା କରିଥିବା ବେଳେ ଶ୍ରୀଧର ସାହୁ ଉପସଂହାର କରିଥିଲେ । ମୀନାରାଣୀ ଖୁଣ୍ଟିଆ ସ୍ୱଗେତ ଭାଷଣ ଦେଇଥିବା ବେଳେ ହରିପ୍ରିୟା ସାହୁ ସମ୍ମିଳନୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଦ୍ଵିତୀୟ ଅଧିବେଶନରେ ଲକ୍ଷ୍ମୀପ୍ରିୟା ରାଉତଙ୍କ ପରିଚାଳିତ ଆଲୋଚନାଚକ୍ରରେ ସଙ୍ଗତି ମଣ୍ଡଳ ଆବାହକ ପ୍ରଫୁଲ୍ଲ କୁମାର ପଣ୍ଡା, ରାଧାକାନ୍ତ ମିଶ୍ର ଆଲୋଚନା କରିଥିବା ବେଳେ ଗୋକୁଳାନନ୍ଦ ଡଣ୍ଡସେନା କୃତଜ୍ଞତା ଜଣାଇଥିଲେ । ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସାଙ୍ଗଠନିକ ଆଲୋଚନାରେ ଶ୍ରୀଧର ସାହୁ, ଜୟନ୍ତୀ ସିଂ ଓ ଲକ୍ଷ୍ମୀପ୍ରିୟା ରାଉତ ଆଲୋଚନା କରଥିଲେ । ଏହି ଜିଲ୍ଲାସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ରରେ ଜିଲ୍ଲାର ସମସ୍ତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅପା ଓ ମାଣ୍ଡୋସିଲ ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରର ମହିଳା ଅଭିଭାବିକମାନେ ଯୋଗ ଦେଇଥିଲେ । ଏଥିରେ ବରଗଡ଼ ଜିଲ୍ଲା ମହିଳା ପାଠଚକ୍ର ସଙ୍ଗଠନ ଆବାହିକା ଲକ୍ଷ୍ମୀପ୍ରିୟା ରାଉତ, ଶ୍ରୀଅରବିନ୍ଦ ପାଠଚକ୍ର ଓ ମହିଳା ପାଠଚକ୍ର ପରିଷଦ ଆବାହିକା ଜୟନ୍ତୀ ସିଂ, ବୈଜୟନ୍ତୀ ଧରୁଆ ଓ ମାଣ୍ଡୋସିଲ ଶ୍ରୀଅରବିନ୍ଦ ପାଠଚକ୍ରର ସମସ୍ତ ଅପାଭାଇ ଓ ପରିଚାଳନା କମିଟି ସଭ୍ୟସଭ୍ୟା ବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.