ls

ଜମି ବିବାଦକୁ ନେଇ ମାଆପୁଅଙ୍କ ଖବରଦାତା ସମ୍ମିଳନୀ

sb

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁର ପୈତୃକ ସମ୍ପତ୍ତିକୁ ଅନ୍ୟ ଜଣେ ଉତ୍ତରାଧିକାରୀ ନଥାଇ ଜମିର ମାଲିକ ବୋଲି ହକ୍‌ ଅଧିକାର ଦାବୀ କରୁଥିବା ନେଇ ଜମି ମାଲିକର ବଂଶଜ ଏକ ଖବରଦାତା ସମ୍ମିଳନୀ ଶୁକ୍ରବାର ଦିନ କରିଛନ୍ତି । ଜମି ମାଲିକଙ୍କ ଉତ୍ତରାଧିକାରୀ ଝିଅ ଏବଂ ଉତ୍ତରାଧିକାରୀ ନଥିବା ପରିବାର ମଧ୍ୟରେ ଉପୁଜୁ ଥିବା ବାଦ ବିବାଦକୁ ନେଇ ଏହି ଖବରଦାତା ସମ୍ମିଳନୀ କରାଯାଇଛି । ଶୁକ୍ରବାର ଦିନ ଧାମନଡଙ୍ଗା ମୌଜାର ଖାତା ନଂ.୧୦୮ର ଏରିଆ ୧୧.୦୭ଡି ଜମି ସ୍ୱର୍ଗତ ମାର୍ଚ୍ଚନ ତାଣ୍ଡିଙ୍କ ନାମରେ ରହିଛି । ସ୍ୱର୍ଗତ ମାର୍ଚ୍ଚନ ତାଣ୍ଡିଙ୍କ ପୁଅ ସ୍ୱର୍ଗତ ଯୋଗୀନ୍ଦ୍ର ତାଣ୍ଡିଙ୍କ ଝିଅ ପାର୍ବତୀ ତାଣ୍ଡି ଉତ୍ତରାଧିକାରୀ ଭାବେ ଜମିର ଅଂଶୀଦାର ଅଛନ୍ତି । କିନ୍ତୁ ଛତିଶଗଡ ନିବାସୀ ବାବୁଲାଲ ୟାଦବ ଏବଂ ତାଙ୍କ ପତ୍ନୀ ସଙ୍ଗୀତା ୟାଦବ ଏବଂ ନିଶା ୟାଦବ ମଧ୍ୟ ଉକ୍ତ ଖାତାର ଜମିରେ ଉତ୍ତରାଧିକାରୀ ଥିବା ଦାବୀ କରୁଛନ୍ତି । ମାର୍ଚ୍ଚନ ତାଣ୍ଡିଙ୍କ ୪ ପୁଅ ସ୍ୱର୍ଗତ ଯୋଗୀନ୍ଦ୍ର ତାଣ୍ଡି, ସ୍ୱର୍ଗତ ଗଜିନ୍ଦ୍ର ତାଣ୍ଡି, ସ୍ୱର୍ଗତ ଶିବ ତାଣ୍ଡି ଓ ଲଲିତ ତାଣ୍ଡି ରହିଛନ୍ତି । ମାତ୍ର ବାବୁଲାଲ ୟାଦବ ମାର୍ଚ୍ଚନ ତାଣ୍ଡିଙ୍କ ଉତ୍ତରାଧିକାରୀ ନ ଥିବା ବେଳେ କିପରି ବାବୁଲାଲ ୟାଦବ ମୌଜା ଧାମନଡଙ୍ଗା ଖାତା ନଂ.୧୦୮ର ମାଲିକ ହେବେ ବୋଲି ଖବରଦାତା ସମ୍ମିଳନୀରେ ମାର୍ଚ୍ଚନଙ୍କ ଝିଅ ପାର୍ବତୀ ଓ ନିଳେଶ ଛତ୍ରିଆ ପ୍ରକାଶ କରିଛନ୍ତି ।

pc pk
Leave A Reply

Your email address will not be published.