ଜାତୀୟ ଶିକ୍ଷାନୀତି ସମୀକ୍ଷା ସମ୍ମିଳନୀ

  • ଓଡ଼ିଶାରେ ଶିଶୁ ବିଶ୍ଵବିଦ୍ୟାଳୟ ଗଠନ ପାଇଁ ଶିକ୍ଷାବିତଙ୍କ ପରାମର୍ଶ
  • ଓଡ଼ିଶାରେ ଦୁଇ ବର୍ଷ ଭିତରେ ବୈଦେଶିକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଉପରେ ଗୁରୁତ୍ୱ
  • ବିଶ୍ଵବିଦ୍ୟାଳୟରେ ଅନଲାଇନ୍ ମାଧ୍ୟମରେ ପି. ଏଚ. ଡି କରିବା ପାଇଁ ନିୟମ ପ୍ରଣୟନ
  • ଶିକ୍ଷାବିତମାନଙ୍କ ପାଇଁ ଡି. ସି. ସି ଗଠନ ପାଇଁ ଗୁରୁତ୍ୱ

ରାଉରକେଲା/କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଓଡ଼ିଶାର ସର୍ବବୃହତ୍ ଜାତୀୟ ଶିକ୍ଷାନୀତି ସମୀକ୍ଷା ସମ୍ମିଳନୀ ୨୦୨୬ କଟକର ସାରଳା ଭବନରେ ଆୟୋଜିତ ହୋଇଯାଇଛି । ଉକ୍ତ ଅବସରରେ ଶତାଧିକ ଶିକ୍ଷକ, ଅଧ୍ୟାପକ, ଅଧ୍ୟକ୍ଷ ଏବଂ ପ୍ରଫେସରମାନଙ୍କୁ ନିୟମ ଅନୁସାରେ ଚୟନ କରାଯାଇ ଗୋପବନ୍ଧୁ ଶିକ୍ଷାରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ସମସ୍ତେ ବିଶିଷ୍ଟ ଶିକ୍ଷାବିତ୍ ଗୋପବନ୍ଧୁ ବିଶ୍ଵାଳଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆନୁଷ୍ଠାନିକ ଭାବେ କଟକର ମେୟର ସୁବାସ ସିଂହ ଉଦ୍‌ଘାଟନ କରି ବିକଶିତ ରାଷ୍ଟ୍ର ଗଠନରେ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଧାରାକୁ ବ୍ୟାଖ୍ୟା କରିଥିଲେ । ମୁଖ୍ୟଅତିଥି ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ଵତୀ ମହାରାଜ ଆଧ୍ୟାତ୍ମିକ ଶିକ୍ଷା ଛାତ୍ର ସମାଜକୁ ମାର୍ଜିତ ଏବଂ ଶୃଙ୍ଖଳିତ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅସୀମ ଅମିତାଭ ଦାଶ, ପ୍ରଫେସର ବନ ବିହାରୀ ମିଶ୍ର ଏବଂ ଲଲାଟେନ୍ଦୁ ବଡୁ ଯୋଗଦାନ କରି କୈବଲ୍ୟ ସାହିତ୍ୟ ସଂସଦ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ. ସଂଗ୍ରାମ କେଶରୀ ସାମନ୍ତରାୟ ଏକବିଂଶ ଶତାବ୍ଦୀରେ ଗବେଷଣାତ୍ମକ ଶିକ୍ଷାର ଗୁରୁତ୍ୱ ବୃଦ୍ଧି ପାଇଛି ଏବଂ ଶିକ୍ଷାବିତମାନଙ୍କ ବିକଶିତ ରାଷ୍ଟ୍ର ଗଠନ ପାଇଁ ଦାୟିତ୍ୱବୋଧ ବହୁଗୁଣିତ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଅବସରରେ ଚାରୋଟି ସମ୍ପାନରେ “ବିକଶିତ ରାଷ୍ଟ୍ର ଗଠନରେ ଜାତୀୟ ଶିକ୍ଷାନୀତିର ସମସ୍ତ ଧାରା ପ୍ରୟୋଗ ଆବଶ୍ୟକ ।” ଶୀର୍ଷକ ଆଲୋଚନା ସଂଚଳିକା ସାମ୍ବାଦିକା ସୋନାଲି ତ୍ରିପାଠୀ କରିଥିଲେ । ସତ୍ୟ ସନାତନ ବୈଦିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବେଦପାଠ ଏବଂ ଗୀତାପାଠ କରିଥିଲେ । ନୃତ୍ୟାଙ୍ଗନା ଅନୁଷ୍ଠାନର କଳାକାର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଅନୁଷ୍ଠାନର ବାର୍ଷିକ ପତ୍ରିକା “ଇତିହାସ ଆଇନା ” ଏବଂ କବୟିତ୍ରୀ ସୌଭାଗିନି ନନ୍ଦଙ୍କ କବିତା ପୁସ୍ତକ ” କବିତା ସୁରଭି ” ଉନ୍ମୋଚିତ ହୋଇଥିଲା । ଭାଗ୍ୟଶ୍ରୀ ସାହୁ ଉପସ୍ଥାପିକା ଦାୟିତ୍ଵ ଗ୍ରହଣ କରିଥିଲେ । ଆଲୋଚକ ଭାବେ, ପ୍ରଫେସର ଡ କୁମରବର ଦାସ, ଡ. (ଇଂ) ସଞ୍ଜୟ କୁମାର ପଣ୍ଡା, ଡ. ନଳିନୀ ପ୍ରଭା ମହାପାତ୍ର, ଡ. ଚିନ୍ମୟୀ ମହାପାତ୍ର ପ୍ରଫେସର ବନ ବିହାରୀ ମିଶ୍ର, ଡ. ଅଟଳ ବିହାରୀ ପଣ୍ଡା, ଡ. ଭାଗବତ ଶୁକ୍ଳା, ପ୍ରଫେସର ଡ. ଗୌତମ ଜେନା, ପ୍ରଫେସର ଡ. ଲବଂଗଲତା ବିଶୋଇ, ଡ. ହିମାଂଶୁ ଶେଖର ଖଟୁଆ, ଡ. ସନ୍ତୋଷ ମହାପାତ୍ର, ପ୍ରଫେସର ଡ. ଅଦ୍ଵୈତ ଚରଣ ଧଳ, ଡ. କବିତା ମିଶ୍ର, ଡ. ଲକ୍ଷ୍ମୀ ପ୍ରିୟା ବେହେରା, ଡ. ଜୟନ୍ତୀ ସିଂହ, ଡ. ମନୋରଞ୍ଜନ ବେଉରା ଯୋଗଦାନ କରିଥିଲେ । ଶିକ୍ଷାବିତ୍ ଡ. ମନ୍ଦାକିନୀ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.