ରାଉରକେଲା, (ସସ୍ମିତା ପ୍ରଧାନ) : ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟିର ଦୁଇଦିନିଆ ରାଜ୍ୟ କମିଟି ବୈଠକ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ୨୫ ଓ ୨୬ ଫେବୃଆରୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ବିରାଟ ଶୋଭାଯାତ୍ରା ଓ ଜନସମାବେଶ ଆୟୋଜିତ ହୋଇଥିଲା । ବୈଠକରେ ପଲିଟ୍ବ୍ୟୁରୋ ସଦସ୍ୟ ଶ୍ରୀଦୀପ ଭଟ୍ଟାଚାର୍ଯ୍ୟ ଓ କେନ୍ଦ୍ରୀୟ ସମ୍ପାଦକମଣ୍ଡଳୀ ସଦସ୍ୟ କେ. ହେମଲତା ଯୋଗଦେଇ ଆନ୍ତର୍ଜାତୀୟ ଓ ଜାତୀୟ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଓଡ଼ିଶାର ରାଜନୈତିକ, ଆର୍ଥିକ ଓ ସାମାଜିକ ପରିସ୍ଥିତି ଉପରେ ଚିଠା ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ବୈଠକ ରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଅଳି କିଶୋର ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଏହି ଅବସରରେ ଗଣତନ୍ତ୍ର ଉପରେ ଆକ୍ରମଣର ତୀବ୍ର ନିନ୍ଦା, ରାଜ୍ୟସଭା ନିର୍ବାଚନ,ଡବଲ ଇଞ୍ଜିନ ସରକାରର ଜନବିରୋଧୀ ନୀତିର ଦୃଢ଼ ବିରୋଧ, ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଜନାର୍ଦ୍ଦନ ପତିଙ୍କ ସମେତ ବିଷ୍ଣୁ ମହାନ୍ତି, ସନ୍ତୋଷ ଦାସ, ଶିଶିର ହୁଇ, ପ୍ରମୋଦ କୁମାର ସାମଲ, ପୁଷ୍ପା ଦାଶ, ଜମେଶ୍ୱର ସାମନ୍ତରାୟ, ଯୁଧିଷ୍ଠିର ବେହେରା, ବଦ୍ରିନାରାୟଣ ଦାଶ, ନିର୍ମଳ ନାୟକ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ତାପସୀ ପ୍ରହରାଜ, ବସନ୍ତ ମାଝୀ, ସୀତାଂଶୁ ସେନାପତି, ଦିବ୍ୟସିଂହ ନାୟକ, ହରିଶ୍ଚଚନ୍ଦ୍ର ମିଶ୍ର, ସରୋଜ ନାୟକ, ସାଲ ମାର୍ଣ୍ଡୀ, ଗୟାଧର ଧଳ, ରାମଚନ୍ଦ୍ର ନାୟକ, ଜଗନ୍ନାଥ ଦେଓ, ସୁଶୀଳା ମୁଣ୍ଡା, ଲୋଭାକାନ୍ତ ସ୍ୱାଇଁ ଏବଂ ରଘୁନାଥ ହନ୍ତାଳ ପ୍ରମୁଖ ନେତୃବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଜି ରାଉରକେଲା ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସିପିଆଇ(ଏମ୍) ଓଡ଼ିଶା ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ବିଶିଷ୍ଟ ଶ୍ରମିକ ନେତା ତଥା ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି, ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ତଥା ସୁନ୍ଦରଗଡ ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ସାମଲ ଏବଂ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଏହି ଘୋଷଣା କରିଛନ୍ତି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ (ଏମ୍) ସୁନ୍ଦରଗଡ ଜିଲ୍ଲା ସମ୍ପାଦକମଣ୍ଡଳୀ ସଦସ୍ୟ ବିମାନ ମାଇତି, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ, ଶ୍ରୀମନ୍ତ ବେହେରା ଏବଂ ଜିଲ୍ଲା କମିଟି ସଦସ୍ୟ ବସନ୍ତ ନାୟକ, ଗୌରୀଶଙ୍କର ପାତ୍ର ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।