
- ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧୪ ତାରିଖ ସୋମବାର ଦିନ ଭାରତରତ୍ନ ଡ. ବାବା ସାହେବ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ପଦ୍ମପୁର ସହରର ରାଜାଜୀ ଟାଉନ୍ ହଲ୍ ଠାରୁ ଆମ୍ବେଦକର ଛକ (ଦୋରା ପେଟ୍ରୋଲ ପମ୍ପ) ସ୍ଥିତ ଡ. ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ରନ୍ତ ଏକ ଭବ୍ୟ ଶୋଭାଯାତ୍ରା ବାହାରି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଗୋରୁ ବଜାର ପ୍ରାଙ୍ଗଣରେ ମଧ୍ୟାହ୍ନ ୧୨ଟାରେ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ଓ ସାଧାରଣ ବୈଠକ ଅନୁଷ୍ଠିତ ହେବ । ଆୟୋଜିତ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ଗୁଡିକୁ ପଦ୍ମପୁର ଉପଖଣ୍ଡ ଏସ୍ସି ଓ ଏସ୍ଟି ମିଳିତ ମଞ୍ଚ ତରଫରୁ ପାଳନ କରିବା ପାଇଁ ଆଜି ପଦ୍ମପୁର ରାଜାଜୀ ଟାଉନ୍ ହଲ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି । ଏହି ଶୋଭାଯାତ୍ରା ଓ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମକୁ ଉତ୍ସାହ ସହ ସୁନ୍ଦର ଓ ଆକର୍ଷଣ କରିବା ପାଇଁ ମିଳିତ ମଞ୍ଚ ତରଫରୁ ଏସ୍ସି ଓ ଏସ୍ଟି ଭାଇଭଉଣୀଙ୍କ ସମେତ ସାଧାରଣ ଜନତା ଯୋଗଦାନ ଦେବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଆସନ୍ତା ୧୪ ସୋମବାର ସକାଳ ୯ଟା ୩୦ ସମୟରେ ରାଜାଜୀ ଟାଉନ୍ ହଲ୍ ଠାରୁ ଶୋଭାଯାତ୍ରା ଆରମ୍ଭ, ୧୧ଟା ୩୦ ମିନିଟ ସମୟରେ ଡ. ଭୀମରାଓ ଆମ୍ବେଦକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସମାରୋହ, ମଧ୍ୟାହ୍ନ ୧୨ଟା ସମୟରେ ଜନ୍ମ ଜୟନ୍ତୀ ପାଳନ ଓ ସାଧାରଣ ସଭା ଓ ମଧ୍ୟାହ୍ନ ୧ଟା ସମୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯିବା ପାଇଁ ମଞ୍ଚ ଘୋଷଣା କରିଛି । ଉପଖଣ୍ଡର ଜନସାଧାରଣ ଯୋଗଦାନ ଦେବା ପାଇଁ ଅନୁରୋଧ କରାଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସଭାପତି ଭୋଜରାଜ ବାଗ, ଉପ ସଭାପତି ନୀଳମଣି ବରିହା, ସମ୍ପାଦକ ରଘୁନନ୍ଦନ ଦେଓ, ଉପଦେଷ୍ଟା କ୍ଷେତ୍ରୀ ଲୁହାର କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ସେଠ, ମୋତିଲାଲ ବାଗ, ଯୁବ ସାମ୍ବାଦିକ ଗୋପବନ୍ଧୁ ଶିକା, ରମେଶ ନାୟକ, ଗୋବର୍ଦ୍ଧନ ଛତର, ନବ ବରିହା, ଦେବରାଜ ସେଟ, ନରେଶ ଦାଶ, ଚନ୍ଦ୍ର ହାସ୍ୟ ଜାଲ, ଧବଲେଶ୍ଵର ମହାନନ୍ଦ, ପ୍ରଦୀପ ମହାନନ୍ଦ, ବିଶ୍ୱାମ୍ବର ଭୋଇ ଯୋଗଦାନ ଦେଇ ଆସନ୍ତା ୧୪ ତାରିଖ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିବା ସହ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମିଳିତ ମଞ୍ଚ ଘୋଷଣା କରିଛି ।