ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡ଼ାକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ପୁରସ୍କାର ପ୍ରମାଣପତ୍ର ସହ ଦଶ ହଜାର ଟଙ୍କା ଚେକ୍ ପ୍ରଦାନ କରାଯାଇଛି । ପୁରସ୍କାର ବିତରଣ ଉତ୍ସବରେ ବନ ବିଭାଗ ତରଫରୁ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରତାପ କଟାପାଲି, ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ, ଏସିଏଫ୍ ଫୁଲବାଣୀ ଶ୍ୱେତଲିନା ସାହୁ ଓ ବନ ପ୍ରଶିକ୍ଷଣ ବିଦ୍ୟାଳୟ ଉଦୟଗିରି ର ନିର୍ଦ୍ଦେଶକ ଆଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଫଳତା ପାଇଁ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀଙ୍କ ପରିବେଶ ପ୍ରତି ଆନ୍ତରିକତାକୁ ଶ୍ରେୟ ଦେଇଥିଲେ । ଏଥିସହ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାରେ ବନ ବିଭାଗର ସକ୍ରିୟ ସହେଯାଗକୁ ସାଧୁବାଦ ଜଣାଇଥିଲେ ।