ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବିଆକୁ ସରକାରୀ ଗସ୍ତରେ ଅଛନ୍ତି । ଏହି ଅବସରରେ ନାମିବିଆର ରାଷ୍ଟ୍ରପତି ମହାମହିମ ନେତୁମ୍ବୋ ନନ୍ଦୀ-ନଦାଇତୱା ପ୍ରଧାନମନ୍ତ୍ରୀଙ୍କୁ ନାମିବିଆର ସର୍ବୋଚ୍ଚ ନାଗରିକ ସମ୍ମାନ-‘‘ଅର୍ଡର ଅଫ୍ ଦ ମୋଷ୍ଟ ଆନସିଏଣ୍ଟ ୱେଲୱିଟସିଆ ମିରାବିଲିସ୍” ପ୍ରଦାନ କରିଥିଲେ । ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ନେତା । ଏହି ପୁରସ୍କାର ଗ୍ରହଣ କରି ପ୍ରଧାନମନ୍ତ୍ରୀ ଏହି ସମ୍ମାନ ଭାରତର ୧.୪ କୋଟି ଲୋକଙ୍କୁ ଏବଂ ଭାରତ ଓ ନାମିବିଆ ମଧ୍ୟରେ ଥିବା ଐତିହାସିକ ତଥା ସ୍ଥାୟୀ ସମ୍ପର୍କକୁ ଉତ୍ସର୍ଗ କରିଥିଲେ । ଏହି ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ନନ୍ଦୀ- ନଦାଇତୱା ଏବଂ ନାମିବିଆର ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଏହି ପୁରସ୍କାରକୁ ଭାରତ ଏବଂ ନାମିବିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି । ଏହା ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଭାଗିଦାରୀକୁ ଅଧିକ ଉଚ୍ଚତାକୁ ନେବା ପାଇଁ ଉଭୟ ଦେଶର ଯୁବ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ।
