ବାଣୀ ବିଥିକା ପରିବାରର ରାଜ୍ୟସ୍ତରୀୟ ସାରସ୍ଵତ ସମ୍ମିଳନୀ ୨୦୨୪ ଅନୁଷ୍ଠିତ : ୩ କବିଙ୍କୁ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଣୀ ବିଥିକା ପରିବାରର ରାଜ୍ୟସ୍ତରୀୟ ସାରସ୍ଵତ ସମ୍ମିଳନୀ ୨୦୨୪, ରବିବାର ୨୭ ତାରିଖରେ ଭୁବନେଶ୍ଵର ସ୍ଥିତ ‘ସୁସୃତି ହୋଟେଲରେ’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିରର କବି ରଂଜନ କୁମାର ପାଣିଗ୍ରାହୀ, କବି ଦୂର୍ବାଦଳ ଘିବେଲା ଓ କବି ରମେଶ ଚନ୍ଦ୍ର ପ୍ରଧାନୀଙ୍କୁ ‘ବାଣୀ ସୁରଭି ସମ୍ମାନ’ ଓ ‘ଅକ୍ଷୟ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଛି । ମୁଖ୍ୟ ଅତିଥି ସୁବାସ ଚନ୍ଦ୍ର ପାତ୍ର(କବି ବାଇଡଙ୍କ ବାବା) ଓ ମୁଖ୍ୟ ବକ୍ତା ଭାବରେ ମୀନକେତନ ଦାସ ଯୋଗଦେଇ ଉପସ୍ଥିତ ଅନ୍ୟାନ୍ୟ କବି/କବୟତ୍ରୀ ମାନଙ୍କୁ ମାନପତ୍ର, ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା କବି ବ୍ରଜକିଶୋର ଜେନା ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କର ଆପ୍ରାଣ ଉଦ୍ୟମରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା କବି/କବୟିତ୍ରୀଙ୍କୁ ଏକାଠି କରି ଏକ ସାରସ୍ୱତ ମାହୋଲର ମନୋଜ୍ଞ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ଏଥିପାଇଁ କବି ରଂଜନ, ଦୂର୍ବାଦଳ ଓ ରମେଶ ବାଣୀ ବିଥିକା ପରିବାରକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.