ଓଡିଶା ବିକାଶ ମେଳା ୨୦୨୪ ବଲାଙ୍ଗିରରୁ ଅଗଲାପାଲି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ପ୍ରଶାସନ ବଲାଙ୍ଗିର ଦ୍ୱାରା ପଥରଚେପା ଠାରେ ଆୟୋଜିତ ‘ବିକାଶ ମେଳା ୨୦୨୪’ରେ ଉତ୍ତମ ସ୍ୱାସ୍ଥ୍ୟ ସେବା, କାର୍ଯ୍ୟ, ଦକ୍ଷତା, ସମୟାନୁବର୍ତ୍ତିତା ଓ ଦଳଗତ ନିଷ୍ଠାକୁ ଭିତ୍ତି କରି ୨୦୨୪-୨୫ ଆର୍ଥିକ ବର୍ଷ ଜାତୀୟସ୍ତରୀୟ ଗୁଣବତ୍ତା ସୁନିଶ୍ଚିତ (ଏନ୍‌କ୍ୱୁଏଏସ୍‌) ସମ୍ମାନରେ ଲୋଇସିଂହା ବ୍ଲକ ଅଧୀନସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଗଲାପାଲିରେ ଆଜି ସମ୍ମାନିତ ହୋଇଯାଇଛି । ଏହି ଅବସରରେ ଏକ ବିରାଟ ସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ସାଂସଦ ସଂଗୀତା କୁମାରୀ ସିଂଦେଓ, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ, ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ କୁମାର ବାଗଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ଅଧିକାରୀ ଯଶସ୍ୱିନୀ ରାଉତ ଓ ବହୁମୁଖି ସ୍ୱାସ୍ଥ୍ୟ ଅଧିକାରୀ ସେବତୀ ନନ୍ଦ ମାନପତ୍ର, ଟ୍ରଫି ଗ୍ରହଣ କରି ସମ୍ମାନିତ ହୋଇଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.