ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀରେ ବାଲିଗୁଡାର ବୁଲୁ ଭାଇ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନବୀନ ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ଵ ଫଟୋଗ୍ରାଫି ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱର ଜୟଦେବ ଭବନଠାରେ ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗଦେଇ ଚିରାଚରିତ ଫଟୋ ଛଡ଼ା କିଛି ଭିନ୍ନ ତଥା ସମାଜର ଉନ୍ନତି ଓ ସଂସ୍କାର ଆଣି ପାରୁଥିବା ଫଟୋ ଉଠାଇବା ଦିଗରେ ଯତ୍ନବାନ ହେବାକୁ ଫଟୋଗ୍ରାଫରଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ସମାଜସେବୀ ରୁଦ୍ର ନାରାୟଣ ସାମାନ୍ତରାୟ, ସମାଜସେବୀ ଚିନ୍ମୟ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଫଟୋଗ୍ରାଫରଙ୍କ ସମାଜ ପରିବର୍ତ୍ତନରେ ଏହି ଦିବସ ଅନ୍ତରେ ଅବଦାନ ସମ୍ପର୍କରେ ସମସ୍ତେ ଆଲୋକପାତ କରିବା ସହ ଏଭଳି ପ୍ରଦର୍ଶନୀକୁ ବ୍ୟାପକ କରିବାକୁ କହିଥିଲେ । ପ୍ରଦର୍ଶନୀରେ ଓଡିଶାର ବିଭିନ୍ନ କୋଣ ଅନୁକୋଣରୁ ବହୁ ଫଟୋଗ୍ରାଫର ଯୋଗଦେଇ ନିଜେ ଉଠାଇଥିବା ଫୋଟୋ ଗୁଡିକୁ ପ୍ରଦର୍ଶନ କରିଥିଲେ । ସେଥି ମଧ୍ୟରୁ ୩ ଜଣଙ୍କୁ ଶ୍ରେଷ୍ଠ ଫଟୋଗ୍ରାଫର ଭାବେ ସମ୍ମାନିତ କରାଯାଇଥିବା ବେଳେ ୫ ଜଣ ଯୁବ ଫଟୋଗ୍ରାଫରଙ୍କୁ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ କରାଯାଇଥିଲା । ସେଥି ମଧ୍ୟରେ କନ୍ଧମାଳ ଜିଲ୍ଲାରୁ ଏକମାତ୍ର ବାଲିଗୁଡା ଅଞ୍ଚଳର ସୁରେନ୍ଦ୍ର କୁମାର ସେଠୀ (ବୁଲୁ ଭାଇ) ୫ଟି ଫୋଟୋ ପ୍ରଦାନ କରିଥିବା ବେଳେ ୪ଟି ଫୋଟୋ ପ୍ରଦର୍ଶନୀରେ ସ୍ଥାନିତ ପାଇ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିନୋଦ ବିହାରୀ ବେହେରା ସଞ୍ଚାଳନ କରିଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ ଧନ୍ୟବାଦ ଦେଇଥିଲେ । ବୁଲୁ ଭାଇ ଜଣେ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ ହୋଇଥିବାରୁ କନ୍ଧମାଳ ଜିଲ୍ଲାର ଗର୍ବ ଓ ଗୌରବ ବୋଲି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.