oom

ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଛତ୍ରପୁରର ଟିବି ଚାମ୍ପିୟନ ମୁନା ବେହେରା ସମ୍ମାନିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବ୍ରହ୍ମପୁରଠାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଉମା ଶଙ୍କର ମିଶ୍ର ଏବଂ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ, ଆର୍. ଜଗଦୀଶ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ମେଲେରିଆ) ଡ଼ା. ସନ୍ତୋଷ କୁମାର ପାଢୀ, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶ୍ୟାମସୁନ୍ଦର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଅବନୀ କୁମାର ପାତ୍ର, ଡ଼ା. ଗୀତିମୟ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ବିଦେଶୀ ଜେନା, ଜିଲ୍ଲା ସରକାରୀ ଓ ବେସରକାରୀ ସଂଯୋଜକ ସୁଧୀରକାନ୍ତ ବେହେରା ଓ ଆଶା, ସ୍ଵାସ୍ଥ୍ୟ କର୍ମୀ, ସମସ୍ତ ଚାମ୍ପିୟନ ଏବଂ ବହୁ ଗଣ୍ୟମାନ୍ୟ ଅତିଥିଙ୍କ ଗହଣରେ ଟିବି ଚାମ୍ପିୟନ ମୁନା ବେହେରାଙ୍କୁ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସମ୍ମାନିତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ମୁନା ବେହେରାଙ୍କୁ ୨୦୧୮ ମସିହାରେ ତାଙ୍କୁ ଟିବି ରୋଗ ହୋଇଥିଲା । ସେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ପରୀକ୍ଷଣ ହୋଇ ସେ ଟିବି ରୋଗୀ ଭାବେ ଚିହ୍ନଟ ହୋଇଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେ ମାଗଣା ଔଷଧ, ଖାଇବା ପିଇବା ସହ ବିଭିନ୍ନ ଆନୁସଙ୍ଗିକ ଔଷଧ ପତ୍ର ଦିଆଯାଇଥିଲା । ସେ କଷ୍ଟରୁ ମୁକ୍ତି ପାଇଥିବାର ଏକ ଅନୁଭୂତିରୁ ସେ ବର୍ତ୍ତମାନର ରୋଗୀଙ୍କୁ ସଚେତନତା କରିଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପ୍ରଶଂସା ପତ୍ର ସହ ସମ୍ମାନିତ ହୋଇଥିବାରୁ ସେ ଗର୍ବିତ ବୋଲି କହିଛନ୍ତି । ଯାହା ତାଙ୍କର ସମ୍ପୂର୍ଣ୍ଣ ଔଷଧ ସେବନ ଯୋଗୁଁ ମରଣ ମୂଖରୁ ସେ ଫେରି ଆସିପାରିଥିଲେ । ବର୍ତ୍ତମାନ ଭାରତ ସରକାରଙ୍କ ଟିବିମୁକ୍ତ ଭାରତ ଅଭିଯାନ ନିମନ୍ତେ ଓ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଦ୍ଵାରା ନିୟୋଜିତ ସମସ୍ତ ବ୍ଲକର ଟିବି ଚାମ୍ପିୟନମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧୀନସ୍ଥ ନୋଳିଆ ନୂଆଗାଁ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନିୟୋଜିତ ଥିବା ଟିବି ଚାମ୍ପିୟାନ ଭାବରେ କାର୍ଯ୍ୟରତ ବିଭିନ୍ନ ସ୍ଥାନରେ ଯକ୍ଷ୍ମାରୋଗର ନିରାକରଣ ଏବଂ ସଚେତନତାର ବାର୍ତ୍ତା ପହଞ୍ଚାଇବା ସହ ଅଧାରୁ ଔଷଧ ନ ଖାଇ ଛାଡ଼ିବା ଠିକ ନୁହେଁ ବୋଲି କୁହାଯାଇଛି । ଟିବି ରୋଗୀଙ୍କୁ ଅନ୍ୟମାନଙ୍କ ସହ ଭେଦଭାବ ନ କରିବା ଉତ୍ତମ କର୍ମ ଅଗ୍ରସର ହୋଇଥିବାରୁ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଦ୍ଵାରା ମୁନା ବେହେରାଙ୍କୁ ଶ୍ରେଷ୍ଠ ଟିବି ଚାମ୍ପିୟନ ପୁରସ୍କାର ଓ ମାନପତ୍ର ଦେଇ ସମର୍ଦ୍ଧିତ କରାଯିବା ପୂର୍ବକ ସମ୍ମାନିତ କରାଯାଇଛି ।

jittmm
Leave A Reply

Your email address will not be published.