ଫୋକ୍‌ ନାଚ ଓ ଗୀତ ପାଇଁ ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ପକ୍ଷରୁ ସମ୍ମାନିତ ହେବେ ସୁଦାମ ବିଶି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କଳା ଓ ସଂସ୍କୃତି ସଂଘର ଉପସଭାପତି ତଥା ବରିଷ୍ଠ କିର୍ତ୍ତନ୍ୟ ଗୁରୁ ସୁଦାମ ବିଶି ଆସନ୍ତା ୧ ତାରିଖ ଦିନ ଓଡ଼ିଶା ସରକାରଙ୍କ ଆଦିବାସୀ ଓ ହରିଜନ କଲ୍ୟାଣ ବିଭାଗ ପକ୍ଷରୁ ଗ୍ରାଉଣ୍ତ ୟୁନିଟ(୧) ଭୁବନେଶ୍ୱରରେ ପ୍ରଦର୍ଶିତ ହେଉଥିବା ପ୍ରଦର୍ଶନୀର ଉଦ୍‌ଯାପନୀ ସମାରୋହରେ ଫୋକ୍‌ ନାଚ ଓ ଗୀତ ପାଇଁ ସମ୍ମାନିତ ହେବେ ବୋଲି ଜଣାପଡ଼ିଛି । ଗତ ୧୯ ତାରିଖ ଦିନ ସହକାରୀ ନିଦ୍ଦେର୍ଶକ (ଏଡିଏମଏନ) ଏଟିଏଲସି, ଭୁବନେଶ୍ୱର ଡ. ଗୀତାଂଶୁ ମୋହନ ଦାଶଙ୍କ ପତ୍ର ସଂଖ୍ୟା ୨୬୬ରେ ଜିଲ୍ଲା ଆଦିବାସୀ କଲ୍ୟାଣ ଅଧିକାରୀଙ୍କୁ ଜଣାଇଛନ୍ତି । ଏହି ଖବର ଦେଓଗାଁ ବ୍ଲକରେ ପ୍ରଚାରିତ ହେବା ପରେ ଦେଓଗାଁ ବ୍ଲକ କଳାକାର ମହଲରେ ଖୁସିର ଲହରୀ ଖେଳିଯାଇଛି । ସୂଚନା ଯୋଗ୍ୟ ଯେ, ଶ୍ରୀ ବିଶି ଦେଓଗାଁ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ହେବା ପରେ ବ୍ଲକର ଶତାଧିକ କଳାକାର କଳାକାର ଭତ୍ତା ପାଇ ଉପକୃତ ହୋଇଛନ୍ତି । ଅପର ପକ୍ଷେ ଶ୍ରୀ ବିଶି ଦେଓଗାଁ ବ୍ଲକ ଓ ପାଟଣାଗଡ଼ ବ୍ଲକର ପ୍ରାୟ ୧୩ଟି ଗାଁରେ କିର୍ତ୍ତନ୍ୟ ଶିକ୍ଷା ଦେଇ ବେଶ ଲୋକ ପ୍ରିୟ ହୋଇଛନ୍ତି ।

Leave A Reply

Your email address will not be published.