oom

ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଅଳକା ସାହୁଙ୍କୁ ଗୁରୁ ପଦ୍ମ ସମ୍ମାନ-୨୦୨୨ରେ ସମ୍ମାନିତ

jsmm
  • ରାଜ୍ୟସ୍ତରୀୟ ଉର୍ବଶୀ ସମ୍ମାନ ସାମାରୋହରେ ଗୋପାଳପୁର ଆର୍ମି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ତଥା ଉତ୍କଳ ରଙ୍ଗମଞ୍ଚରେ କଲ୍‌ଚରାଲ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ ତରଫରୁ ଗ୍ଲୋବାଲ କ୍ଳାସିକ ମେଗା ଡାନ୍ସ ଫେଷ୍ଟିଭାଲ ସମାରୋହ ‘ଉର୍ବଶୀ’ ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ ଓଡିଶୀ ନୃତ୍ୟଶିଳ୍ପୀ, ଯେ କି ଛତ୍ରପୁର କଳାବିକାଶ କେନ୍ଦ୍ରର ବରିଷ୍ଠ ଗୁରୁ ଅଳକା ସାହୁଙ୍କୁ ଗୁରୁ ପଦ୍ମ ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଛି । ସେହିପରି ତାଙ୍କର ପଟ୍ଟଶିଷ୍ୟ ଦେବୀ କୁମାରୀ ପ୍ରଧାନଙ୍କୁ ମଧ୍ୟ ଗୁରୁ ପଦ୍ମ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ଗୋପାଳପୁର ଆର୍ମି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଆସିଥିବା ଗୁରୁ ଅଳକା ସାହୁଙ୍କ ଅଧୀନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଏହି ରାଜ୍ୟସ୍ତରୀୟ ମେଗା ପ୍ରତିଭା ଉର୍ବଶୀ ସମ୍ମାନ-୨୦୨୨ରେ ଅଂଶଗ୍ରହଣ କରି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଦର୍ଶକ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଉକ୍ତ ଛାତ୍ରଛାତ୍ରୀମାନେ ସେମିକ୍ଲାସିକାଲ ଦଶଅବତାର ନୃତ୍ୟ ପରିବେଷଣ କରିଥିବା ସାଂଗକୁ ବରିଷ୍ଠ ନୃତ୍ୟ ପ୍ରତିଯୋଗୀ ଶିବାନୀ ମହାରଣା ମଧ୍ୟ ଏହି ଗୃପରେ ନୃତ୍ୟାଭିନୟ କରି ଦର୍ଶକ ମହଲରେ ମନ୍ତ୍ରମୁଗ୍ଧ ଆଣି ଦେଇଥିଲେ । ଏହି ଉର୍ବଶୀ ସମ୍ମାନ ସମାରୋହରେ ଫେଷ୍ଟିଭାଲର ନିର୍ଦ୍ଦେଶକ ଡ଼. ଉପେନ୍ଦ୍ର ଶର୍ମାଙ୍କ ମୁଖ୍ୟ ତତ୍ତ୍ୱାବଧାନରେ ଆୟୋଜିତ ସାମାରୋହରେ ନାଟ୍ୟକାର ମନୋଜ ପଣ୍ଡା, ଡ଼.ପ୍ରସନ୍ନ ପାଟ୍ଟଶାଣୀ, ଅଶ୍ରୁମୋଚନ ମହାନ୍ତି, ଷ୍ଟାଲିନ ପରିଜା, ପ୍ରଦୀପ୍ତା ଦାଶ୍, ପପୁ-ପମପମ୍ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥୀ ଯୋଗଦେଇ ଓଡ଼ିଶାର ବହୁ ପ୍ରବୀଣ କଳାକାରଙ୍କୁ ପୁରସ୍କାର ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ ।

jittmm
Leave A Reply

Your email address will not be published.