କଳାକାର ମହାସଂଘର ସଭାପତି ପ୍ରେମ ସାଗର ଫୌଜଦାର ଆଙ୍ଗୋତ୍ସର୍ଗ ସମ୍ମାନରେ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଳାକାର ମହାସଂଘ ସଭାପତି ପ୍ରେମ ସାଗର ଫୌଜଦାରଙ୍କୁ ‘ଭଞ୍ଜ କଳାମଣ୍ଡପ’ ଭୁବନେଶ୍ୱରଠାରେ ଅନୁଷ୍ଠିତ ‘ରାଜ୍ୟ କଳାକାର ମହାସଂଘ ଓଡ଼ିଶା’ ସୋଜନ୍ୟରେ ‘ଆଙ୍ଗୋତ୍ସର୍ଗ ସମ୍ମାନ -୨୦୨୨’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍ ପ୍ରେମ ସାଗର ଫୌଜଦାର ସମ୍ବଲପରୀ ଓ ଓଡ଼ିଆ ଆଲବମ, ସଟ୍‌ ଫିଲ୍ମ, ନାଟକ, ଡ୍ରାମା, ସିରିଆଲ ଓ ଚଳଚ୍ଚିତ୍ର ଅଭିନେତା ଭାବେ ସାରା ଓଡ଼ିଶାରେ ବେଶ୍ ପରିଚିତ । ଏବେ ସେ ମୃତ୍ୟୁପରାନ୍ତ ଅଙ୍ଗଦାନ କରିବା ନିଷ୍ପତ୍ତି ନେଇ ଥିବାରୁ ଏହି ସମ୍ମାନ ରାଜ୍ୟ କଳାକାର ମହାସଂଘ ସଭାପତି ଚୈତନ୍ୟ ପାଇକ, କାର୍ଯ୍ୟକାରୀ ସଂପାଦକ ହିରାଲାଲ, ଉପସଭାପତି ଭୁବନେଶ୍ୱର ପ୍ରଧାନ, ସାଧାରଣ ସମ୍ପାଦକ ବାପି ପଣ୍ଡା ଓ ଅନ୍ୟାନ୍ୟ ଅତିଥିଙ୍କ ସମ୍ମୁଖରେ ‘ଆଙ୍ଗୋତ୍ସର୍ଗ ସମ୍ମାନ-୨୦୨୨’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ପ୍ରେମ ସାଗର ଫୌଜଦାର ଆଙ୍ଗୋତ୍ସର୍ଗ ସମ୍ମାନରେ ସମ୍ମାନିତ ହୋଇଥିବାରୁ ପାଇକମାଲ ଅଞ୍ଚଳ ତଥା ବରଗଡ଼ ଜିଲ୍ଲାର ସମସ୍ତ କଳାକାରଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି ।

Leave A Reply

Your email address will not be published.