jayashree

ଟିଟିଲାଗଡର ବିରେନ୍ଦ୍ର ବାଗ ‘ଭାରତ ଗୌରବ ସମ୍ମାନ’ରେ ସମ୍ମାନିତ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଆଜି ଡିସେମ୍ବର ୯ ତାରିଖରେ ଭୁବନେଶ୍ୱର ଆଇଏମଏ କନଭେଣ୍ଟିଅନାଲ ହଲ୍‌ ଠାରେ ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ତରଫରୁ ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଥିଲା । ଏଠାରେ “କୋବିଡ଼-୧୯ ଓ ଭାରତର ସ୍ଥିତି” ଉପରେ ଆଲୋଚନା ହୋଇଥିଲେ । ଏହି କର୍ମଶାଳା ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନର ଜାତୀୟ ନିର୍ଦ୍ଦେଶକ ଶ୍ରୀ ଅଭିନ୍ନ ହୋତାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ଏମ୍ସର ପୂର୍ବତନ ସମ୍ପାଦକ ପ୍ରଫେସର ଡ଼ା. ଅଶୋକ ମହାପାତ୍ର, ମାନାବାଧିକାର ଆୟୋଗର ଅତିରିକ୍ତ ସମ୍ପାଦକ ଆଇ.ପି.ଏସ୍‌ ଏସ. ଏନ୍. ନରୱାନେ, ଭାରତୀୟ ନିର୍ବାଚନ ଆୟୋଗର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଭଗବାନ ପ୍ରକାଶ, ଓଡ଼ିଶା ମାନବାଧିକାରର ପୁରାତନ ଚ୍ୟାରମେନ୍ ଜଷ୍ଟିସ ବି କେ ମିଶ୍ର, ଏସ ଏନ୍ ଏମ୍ ଗ୍ରୁପ ଏଣ୍ଟରପ୍ରିନର୍‌ସ୍‌ର ଏମ୍ ଡି ଶ୍ରୀ ପ୍ରବୋଧ ମହାନ୍ତି, ସାଉଥ୍ ଆଫ୍ରିକାର ପୂର୍ବତନ ଇକୋନୋମି ଏଡଭାଇଜର ଶ୍ରୀ ଏସ. ସି. ପ୍ରଧାନ, ଓଡ଼ିଶା ଖଦୀ ବୋର୍ଡର ଚ୍ୟାରମେନ ସଙ୍ଗମ ପାଇକରାୟ ଓ କୈଳାସ ମିଶ୍ର ଆଦି ଯୋଗ ଦେଇଥିଲେ । ସେଠାରେ ମାନବାଧିକାର ସୁରକ୍ଷା ସଂଗଠନ ର ବଲାଙ୍ଗିର ଜିଲ୍ଲା ଚ୍ୟାରମେନ୍ ବିରେନ୍ଦ୍ର ବାଗଙ୍କୁ କରୋନା ମହାମାରୀ ସମୟରେ ସାମାଜିକ କାର୍ୟ୍ୟକଳାପ ପାଇଁ “ଭାରତ ଗୌରବ ସମ୍ମାନ”ରେ ସମ୍ମାନିତ କରିଛନ୍ତି । ସେଠାରେ ମୁଖ୍ୟ ଅତିଥି ଗଣ ଶ୍ରୀ ବାଗଙ୍କ ସାମାଜିକ କାର୍ୟ୍ୟକଳାପକୁ ପ୍ରଶଂସା କରିଥିଲେ। ବିରେନ୍ଦ୍ର ବାଗ ଜଣେ ସକ୍ରିୟ ସାମାଜିକ କାର୍ୟ୍ୟକର୍ତ୍ତା । ଶ୍ରୀ ବାଗ ଟିଟିଲାଗଡ ଅଞ୍ଚଳରେ ଅନେକ ଗରିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା, ଅନେକ କ୍ଷେତ୍ରରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରି ଅନେକ ଜନମଙ୍ଗଲ ସାମାଜିକ କାର୍ୟ୍ୟ କରି ଆସୁଛନ୍ତି । ସେ ଅନେକ ଜନସେବା କାର୍ୟ୍ୟରେ ନିୟୋଜିତ ରହନ୍ତି । ବିରେନ୍ଦ୍ର ବାଗଙ୍କୁ ଭାରତ ଗୌରବ ସମ୍ମାନରେ ସମ୍ମାନିତ କରିଥିବା ଖବର ପ୍ରସାରଣ ପରେ ତାଙ୍କ ପାଖକୁ ଅନେକ ସ୍ଥାନରୁ ଅଭିନନ୍ଦନର ବାର୍ତ୍ତା ପହଞ୍ଚିଛି ।

Leave A Reply

Your email address will not be published.