ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ଵର ଜାତୀୟ କଳା, ସଂସ୍କୃତି, ଭାଷା, ସାହିତ୍ୟ ଏବଂ ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ସମ୍ବଲପୁର ଠାରେ ଓଡ଼ିଶା ସାଂସ୍କୃତିକ ସମାଜ ତରଫରୁ ମାଣ୍ଡୋସିଲ ଅଞ୍ଚଳର କବି ଭୋଜରାଜ ବୁଡେକଙ୍କୁ ଜାତୀୟ ଗଙ୍ଗାଧର କାବ୍ୟରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଅତିଥି ଭାବରେ ମଙ୍ଗଳୁ ଚରଣ ଦାସ, ଶଶଧର ପଣ୍ଡା, ଡ଼. ନବ କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । କବି ନିକଟରେ କଟକରେ ରାଜ୍ୟ ସ୍ତରୀୟ ପ୍ରଜ୍ଞାପ୍ରାଣ ସମ୍ମାନ, ବୌଦ୍ଧ ଜିଲ୍ଲାରେ ସଂସ୍କୃତି ସମନ୍ୱୟ ସମ୍ମାନ ଓ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ବୀଣାପାଣି ଗୀତିକବି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଶ୍ରୀ ବୁଡେକ ମାଣ୍ଡୋସିଲ ଅଞ୍ଚଳର ଜଣେ ଅବସର ପ୍ରାପ୍ତ ଶିକ୍ଷକ । ସେ କେବଳ ଶିକ୍ଷକ ନଥିଲେ ମାଣ୍ଡୋସିଲ ଅଞ୍ଚଳର ଜଣାଶୁଣା କବି, ଗାଳ୍ପିକ,ଲେଖକ ତଥା ଗୀତିକାର ଥିଲେ । ତାଙ୍କ ସାରସ୍ଵତ ସାଧନାରେ ଅନେକ କାବ୍ୟ, କବିତା, ଶିଶୁ କବିତା, ଶିଶୁ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ନାଟକ ତଥା ରମ୍ୟ ରଚନା ଲେଖିଛନ୍ତି । ସେ ରାଜ୍ୟରେ ଅନେକ ସାହିତ୍ୟ ସଂସଦ ସହ ଜଡିତ ହୋଇ ଅନେକ ଥର ସମ୍ମାନିତ ହୋଇଛନ୍ତି । ତାଙ୍କ ସଫଳତା ପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।
Prev Post