
ନୂଆଦିଲ୍ଲୀ, (ପିଆଇବି) : ସାଇପ୍ରସର ରାଷ୍ଟ୍ରପତି, ମହାମହିମ ନିକୋସ୍ କ୍ରିଷ୍ଟୋଡୋଲିଡ୍ସ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଇପ୍ରସର ସମ୍ମାନ – “ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III” ପ୍ରଦାନ କରିଛନ୍ତି । ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି, ସରକାର ଏବଂ ସାଇପ୍ରସର ଲୋକଙ୍କ ପ୍ରତି ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି । ସେ ଏହି ପୁରସ୍କାରକୁ ଭାରତ ଏବଂ ସାଇପ୍ରସ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କକୁ ସମର୍ପିତ କରିଛନ୍ତି ଯାହା ସମାନ ମୂଲ୍ୟବୋଧ ଏବଂ ପାରସ୍ପରିକ ବିଶ୍ୱାସ ଉପରେ ନିର୍ମିତ । ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଏହି ପୁରସ୍କାର ଭାରତର ପୁରୁଣା ଦର୍ଶନ “ବସୁଧୈବ କୁଟୁମ୍ବକମ୍” କିମ୍ବା “ବିଶ୍ୱ ଗୋଟିଏ ପରିବାର”ର ସ୍ୱୀକୃତି ଯାହା ବିଶ୍ୱ ଶାନ୍ତି ଏବଂ ପ୍ରଗତି ପାଇଁ ମାର୍ଗଦର୍ଶନ କରେ । ପ୍ରଧାନମନ୍ତ୍ରୀ ଭାରତ ଏବଂ ସାଇପ୍ରସ ମଧ୍ୟରେ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ଏକ ନୂତନ ପ୍ରତିବଦ୍ଧତା ଭାବରେ ଏହି ସମ୍ମାନକୁ ଗ୍ରହଣ କରିଛନ୍ତି । ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପୁରସ୍କାର ଶାନ୍ତି, ସୁରକ୍ଷା, ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ସମୃଦ୍ଧି ପ୍ରତି ଦୁଇ ଦେଶର ଅଟଳ ପ୍ରତିବଦ୍ଧତାର ପ୍ରତୀକ ।