oom

ବଲାଙ୍ଗିରର ପ୍ରଜ୍ଞାପ୍ରାଣ ଗୋପିକୃଷ୍ଣ ପଣ୍ଡିଆ ପାଇଲେ ଜ୍ଞାନ ପ୍ରକାଶ ସାହିତ୍ୟ ସମ୍ମାନ ୨୦୨୪

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜ୍ଞାନ ପ୍ରକାଶର ଅଷ୍ଟମ ଇଣ୍ଟର୍‌ଡିସିପ୍ଲିନାରୀ ନେସ୍‌ନାଲ୍ କନ୍‌ଫରେନ୍‌ସ ରବିବାର ପୂର୍ବାହ୍ନ ୧୦ଟାରେ ଭୁବନେଶ୍ୱରର ଜୟଦେବ ଭବନଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମହାସମାରୋହରେ ପାଳିତ ହୋଇଯାଇଛି । ଜ୍ଞାନ ପ୍ରକାଶର ପ୍ରତିଷ୍ଠାତା ଜ୍ଞାନଚାନ୍ଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କାଦମ୍ବିନୀର ସମ୍ପାଦିକା ଇତିରାଣୀ ସାମନ୍ତ, ମୁଖ୍ୟବକ୍ତା ଭାବେ ଏନ୍. ସି. ଇ. ଆର୍. ଟିର ଶିକ୍ଷା ବିଭାଗ ମୁଖ୍ୟ ଡ. ଲକ୍ଷ୍ମୀଧର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଚିତ୍ତରଞ୍ଜନ ପାଣିଗ୍ରାହୀ, ଦିଲ୍ଲୀର ଏଡ୍‌ଭୋକେଟ୍ ନରେଶ ବାରଣା, ଜ୍ଞାନ ପ୍ରକାଶର ରାଜ୍ୟ ମୁଖ୍ୟ ଅମ୍ବିକା ସ୍ୱାଇଁ, ସମ୍ପାଦକ ସରୋଜ କୁମାର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥି ବୃନ୍ଦ ବଲାଙ୍ଗିର ବରପାଲି ପଡାର ପ୍ରଜ୍ଞାପ୍ରାଣ ଗୋପିକୃଷ୍ଣ ପଣ୍ଡିଆଙ୍କୁ ଜ୍ଞାନ ପ୍ରକାଶ ସାହିତ୍ୟ ସମ୍ମାନ-୨୦୨୪ରେ ସମ୍ମାନିତ କରିଥିଲେ । ଶ୍ରୀ ପଣ୍ଡିଆଙ୍କୁ ପ୍ରଶସ୍ତି ପତ୍ର, ଅଙ୍ଗବସ୍ତ୍ର, ମୋମେଣ୍ଟୋ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏ ଖବର ପ୍ରଘଟ ହେବା ପରେ ବଲାଙ୍ଗିର ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସାହିତ୍ୟିକ, ଶୁଭେଚ୍ଛା, ବନ୍ଧୁବର୍ଗ ଶ୍ରୀ ପଣ୍ଡିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.