oom

ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ଡେଲାଙ୍ଗ ରେଡକ୍ରସ୍ ୟୁନିଟ୍‌ର ସ୍ୱଚ୍ଛାସେବୀ ହେମନ୍ତ ବେହେରାଙ୍କୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୮୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଓଡିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ ଓ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ, ଓଡିଶା ଦ୍ୱାରା ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ ଉତ୍ସବ -୨୦୨୪ ଆୟୋଜିତ ହୋଇଯାଇଛି । ପ୍ରତିବର୍ଷ ସେବା ଓ ପ୍ରତିଭା କ୍ଷେତ୍ରରେ ଅଗ୍ରଣୀ ସ୍ୱେଛାସେବୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ସମ୍ମାନଜନକ ରାଜ୍ୟସ୍ତରୀୟ ସମ୍ମାନ କରାଯାଇଥାଏ । ଚଳିତ ବର୍ଷ ମନୋନୟନ ପାଇଁ ସଂପୂର୍ଣ୍ଣ ରାଜ୍ୟରୁ ସହସ୍ରାଧିକ ଆବେଦନ ପତ୍ର ଦାଖଲ ହୋଇଥିଲା ବେଳେ ସମାଜ ସେବା କ୍ଷେତ୍ରରେ ସାରା ରାଜ୍ୟରୁ ମାତ୍ର ୨୦ଜଣ ସ୍ୱେଛାସେବୀ ସମ୍ମାନ ପାଇଁ ମନୋନିତ ହୋଇଥିଳେ ସ୍ଥାନୀୟ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ, ଡେଲାଙ୍ଗ ରେଡକ୍ରସ୍ ୟୁନିଟ୍ର ରେଡକ୍ରସ ସ୍ୱଛାସେବୀ ହେମନ୍ତ ବେହେରା ଏହି ସମ୍ମାନ ପାଇଁ ମନୋନିତ ହେବା ସହିତ ଜୟଦେବ ଭବନ ଠାରେ ସମ୍ମାନିତ ହୋଇ ମହାବିଦ୍ୟାଳୟ ସହିତ ସ୍ଥାନୀୟ ଅଂଚଳପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ଏହି ସଫଳତା ପାଇଁ ହେମନ୍ତକୁ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡଃ.ଅଶୋକ ମହାନ୍ତି, ଅଧ୍ୟକ୍ଷ ଡଃ.ସରୋଜ କୁମାର ପଣ୍ଡା, ରେଡକ୍ରସ ୟୁନିଟ୍‌ର ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡାଙ୍କ ସମେତ ସମସ୍ତ କର୍ମଚାରୀମାନେ ଶୁଭେଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.