ଝରାଫୁଲ ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଓ କଣାସ ଅଂଚଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଝରାଫୁଲ ସାହିତ୍ୟ ସଂସଦ ପକ୍ଷରୁ ଲୁଣା ନଦୀ ତୀରବର୍ତ୍ତୀ ଜଙ୍ଘାର ଛକ କଳ୍ପିତ ଗୁଣ୍ଡିଚା ବାଡ଼ିସ୍ଥ ତାରିଣୀ ମନ୍ଦିର ପରିସରରେ ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ସାରସ୍ୱତ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କବି ସୂର୍ଯ୍ୟ ନାରାୟଣ ନାୟକ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ସାହିତ୍ୟ ସଂସଦର ସମ୍ପାଦକ ତଥା ଲୋକପ୍ରିୟ ହାସ୍ୟରସ କବି ଗମାତିଆ ଶରତ ଚନ୍ଦ୍ର ମହାପାତ୍ର ଅତିଥି ଓ ଉପସ୍ଥିତ କବି କବୟିତ୍ରୀଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ କରିଥିଲେ । କବି ଅଜୟ କୁମାର ବଳିୟାରସିଂହ, କବୟିତ୍ରୀ ସତ୍ୟଭାମା ସୁନ୍ଦରାୟ ପ୍ରମୁଖ ହୃଦୟସ୍ପର୍ଶୀ ଆଧ୍ୟାତ୍ମିକ କବିତା ସୃଷ୍ଟି ପାଇଁ ପରାମର୍ଶ ଦେବା ସହ ବଣ ମଲ୍ଲୀକୁ ସଂଗ୍ରହ କରି ଏହାର ସୁଗନ୍ଧ ସାରା ଦୁନିଆକୁ ପ୍ରସାରଣ ଭଳି ଗ୍ରାମାଞ୍ଚଳରେ ନୂତନ କାବ୍ୟକ ପ୍ରତିଭା ଚିହ୍ନଟ ଓ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଗମାତିଆ କବିଙ୍କ ଝରାଫୁଲ ସାହିତ୍ୟ ସଂସଦର ଅନବଦ୍ୟ ଉଦ୍ୟମ ପ୍ରଶଂସନୀୟ ବୋଲି ମତ ପ୍ରକାଶ କରିଥିଲେ । ଡେଲାଙ୍ଗ ସାହିତ୍ୟ ସଂସଦ ସମ୍ପାଦିକା କବୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ୱାଇଁ କବିତା ଆବୃତ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବରିଷ୍ଠ କବି ଅଧିକାରୀ ସ୍ୱାଇଁ, ପଲିଟିକାଲ ସର୍କସର ବ୍ୟଙ୍ଗ କବି ଗବା ଓରଫ ଗଣେଶ ପ୍ରସାଦ, କବି ଜିତେନ୍ଦ୍ର କୁମାର ପେଣ୍ଠଇ, ଲିଙ୍ଗରାଜ ମହାପାତ୍ର, ପ୍ରଭାତ ସେଠି, ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଦ୍ୱିତିକୃଷ୍ଣ ମହାନ୍ତି, ବସନ୍ତ କୁମାର ବାରିକ, କବୟିତ୍ରୀ ଉର୍ବଶିନୀ ନାୟକଙ୍କ ସମେତ ପଚାଶରୁ ଅଧିକ କବି କବୟିତ୍ରୀ ସ୍ୱରଚିତ ଆଧ୍ୟାତ୍ମିକ କବିତା ଆବୃତ୍ତି କରିଥିଲେ । ବିଶିଷ୍ଟ ସାରସ୍ୱତ ସାଧକଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଗମାତିଆ କବି ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.