oom

ଗାଇସିଲେଟ ଶିଶୁ ମନ୍ଦିରରେ ପରିଚାଳନା ସମିତିର ପୁନଃର୍ଗଠନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତିର ପୁନର୍ଗଠନ ହୋଇଯାଇଛି । ଉକ୍ତ ସମିତି ଗଠନରେ ଶିକ୍ଷ୍ୟା ବିକାଶ ସମିତି ଓଡ଼ିଶା, ପଶ୍ଚିମ ସମ୍ଭାଗର ସହ ସଂଯୋଜକ ଗୁପ୍ତେଶ୍ୱର ଥନାପତି, ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଲୋକନାଥ ମିଶ୍ର, ବରଗଡ଼ ଜିଲ୍ଲାର ସହ ଜିଲ୍ଲା ପ୍ରମୁଖ ମନୋଜ କୁମାର ପଣ୍ଡା, ପଦ୍ମପୁର ସଂକୁଳ ପ୍ରମୁଖ ଦ୍ଵାଦଶ କୁମାର ପ୍ରଧାନ ଉପସ୍ଥିତ ଥିବା ବେଳେ ସ୍ଥାନୀୟ ସେବକ ଦିବ୍ୟକିଶୋର ପଣ୍ଡା, ଦଶମଣି ସାହୁ, ପ୍ରଶାନ୍ତ ହୋତା, ଆଦିକନ୍ଦ ପୁରୋହିତ, ସୁଶାନ୍ତ ପାଣିଗ୍ରାହୀ, ରବୀନ୍ଦ୍ର ପଣ୍ଡା, ସରପଞ୍ଚ ଶରତ କାଲୋ, ସାମ୍ବାଦିକ ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିବାବେଳେ ପୂର୍ବତନ ସମ୍ପାଦକ ସଞ୍ଜୟ ପୁରୋହିତ ତାଙ୍କର ଅଭିଭାଷଣରେ ଦୀର୍ଘ ୬ ବର୍ଷର ଅନୁଭୂତି ପ୍ରକାଶ କରି ଆଗାମୀ ଦିନରେ ନୂତନ କର୍ମକର୍ତ୍ତା ମାନଙ୍କୁ ସଠିକ୍ ଭାବରେ ପରିଚାଳନା କରିବା ପାଇଁ ଅନୁରୋଧ କରିଥିଲେ । ସମିତିର ସଭାପତି ଅରୁଣ କୁମାର ପାଣିଗ୍ରାହୀ, ଉପସଭାପତି କୁନା ସେଠ, ସମ୍ପାଦକ ବୁଦ୍ଧଦେବ ପୁରୋହିତ, ଯୁଗ୍ମ ସମ୍ପାଦକ ସୌରଭ କୁମାର ତ୍ରିବେଦି, କୋଷାଧ୍ୟକ୍ଷ ଶାଶ୍ଵତ ରଞ୍ଜନ ପୁରୋହିତ, ସଦସ୍ୟା ନିଳୀମା ଦାଶ, ରିନା ସାହୁ ନୂତନ ଭାବରେ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଆଗାମୀ ଦିନରେ ଶିଶୁ ମନ୍ଦିରକୁ ଠିକ୍ ଭାବରେ ପରିଚାଳନା କରିବା ନିଷ୍ପତି ନେଇଛନ୍ତି । ପରିଶେଷରେ ବ୍ୟାସଦେବ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.