ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରରେ ମାତୃ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ମାତୃତୀର୍ଥ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ପ୍ରେମୀ ଘନଶ୍ୟାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଶ୍ରୀମା ଶ୍ରୀଅରବିନ୍ଦଙ୍କ ନିକଟରେ ଧୂପପୁଷ୍ପ ଅର୍ପଣ ପରେ ସ୍ୱର୍ଣ୍ଣପ୍ରଭା ଅପା ଦୁର୍ଗା ସ୍ତୋତ୍ର, ରାଜଲକ୍ଷ୍ମୀ ଅପା ମା’ ପୁସ୍ତକ ପଠନ କରିଥିଲେ । ଶିକ୍ଷାକେନ୍ଦ୍ରର ଛାତ୍ରୀଗଣ ମାତୃ ବନ୍ଦନା ପରିବେଷଣ କରିଥିଲେ । ସଭାପତି ଲୋକନାଥ ମେହେରଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରଞ୍ଜୁ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଞ୍ଚଳ କଲେଜ ପଦ୍ମପୁରର ଅଧ୍ୟାପିକା ତାପନୀ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ପୂର୍ଣ୍ଣାଙ୍ଗ ଶିକ୍ଷାରେ ମା’ ମାନଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ପଦ୍ମପୁର ଉପଖଣ୍ଡ ହସପିଟାଲର ସର୍ଜରୀ ଚିକିତ୍ସକ ଡାକ୍ତରାଣୀ ଖ୍ୟାତିସମ୍ଭବା ମହାପାତ୍ର ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଉତ୍ତମ ଶିଶୁ ଗଠନରେ ଜନନୀଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ । ପରିଚାଳନା କମିଟି ସଦସ୍ୟ ରାଜେଶ୍ଵର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ପ୍ରତିମା ଗୁରୁ ସମ୍ମିଳନୀକୁ ପରିଚାଳନା କରିଥିଲେ । ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଅଭିଭାବିକା କାର୍ଯ୍ରକ୍ରମରେ ସାମିଲ୍ ହେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଅପାଭାଇ ସହଯୋଗ କରିଥିଲେ । ସଂପାଦକ ଦେବାର୍ଚ୍ଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରୀଛାତ୍ରମାନଙ୍କ ଦ୍ଵାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave A Reply

Your email address will not be published.