ବଲାଙ୍ଗିର ପୌରାଞ୍ଚଳର ଅନେକ ଯୁବକ କଂଗ୍ରେସ ଦଳରେ ସାମିଲ

  • ନରସିଂହଙ୍କ ନୀତି, ଆଦର୍ଶ ଓ ସମରେନ୍ଦ୍ରଙ୍କ ଦୂରଦୃଷ୍ଟିରେ ହେଲେ ଅନୁପ୍ରାଣିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହର ୱାର୍ଡ ନଂ.୧୮ ସାଲେପାଲି ଦଳିତ ପଡାର ଏବଂ କୁଟୁମଡୋଲା ଗ୍ରାମ ପଂଚାୟତ ଦୁଆନପାଲି ଗ୍ରାମର ବହୁ ବିଜେଡି, ବିଜେପି ନେତା ଓ କର୍ମୀ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ବିଧାୟକ ଶ୍ରୀ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ବଲାଙ୍ଗିର ବିଧାନସଭା ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଦୂରଦୃଷ୍ଟି, ଦକ୍ଷତା ଏବଂ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନୀତି ଆଦର୍ଶ ଅନୁପ୍ରାଣିତ ହୋଇ ସେମାନେ ବିଜେଡି, ବିଜେପି ତ୍ୟାଗ କରି ଆଜି କଂଗ୍ରେସ ଦଳରେ ମିଶି ଯାଇଛନ୍ତି । ଏ ଅବସରରେ ଯୋଗ ଦେଇଥିବା ଲୋକମାନେ କହିଛନ୍ତି ଯେ, ଏଠାକାର ରାଜ ପରିବାର ତଥା ଶାସକ ଦଳର ନେତାମାନେ ସବୁବେଳେ ବଲାଙ୍ଗିର ନିର୍ବାଚନୀ ମଣ୍ଡଳୀକୁ ଅନ୍ୟାୟ ଓ ପ୍ରତାରଣ ଦେଇଆସୁଛନ୍ତି । ତେଣୁ ଏବେକାର ପରିସ୍ଥିତିରେ କଂଗ୍ରେସ ଦଳ ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ । ବିଧାୟକ ନରସିଂହ ମିଶ୍ର ଆଜି ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିମାନଙ୍କୁ ଦଳକୁ ସ୍ୱାଗତ କରିବା ସହ ଏମାନଙ୍କ ଯୋଗଦାନ ଫଳରେ କଂଗ୍ରେସ ଦଳ ଆହୁରି ମଜ୍‌ବୁତ୍‌ ହେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଯୋଗଦେଇଥିବା ବ୍ୟକ୍ତିମାନେ ହେଲେ ରବି ସୁନା, ମଦନ ଦୀପ, ଦିଲ୍ଲୀପ ସୁନା, ଘନଶ୍ୟାମ ନନ୍ଦ, ଗରିବ ବାଗ, ବିଦେଶି ନନ୍ଦ, ଛବି ସୁନା, ଖୁସିରାମ ବାଗ, ସୁରେନ ବାଗ, ସୁଦାମ ରଙ୍ଗବିଡା, ପାଣ୍ଡବ ଦିପ, ସୁମିତ ଦିପ, ସୁରେଶ ବାରିକ, ସତ୍ୟ ଦିପ, ମୋହନ ନାଗ, ଜିତୁ ସାହୁ, ରିତୁ ସାହୁ, ଜୟ, ସୁନିଲ ଲେଙ୍କା, ଶୁଶାନ୍ତ ଦାଶ, ସୁଶାନ୍ତ ବିଶ୍ୱାଲ, ଆକାଶ ଭୁଏ, ରାତୁ ଦାଶ, କ୍ଷିରୋଧ ଭୋଇ, ପ୍ରବୀଣ ଭୁଏ ପ୍ରବୀଣ ପ୍ରମୁଖ ।

jittmm
Leave A Reply

Your email address will not be published.