ନୂଆପଡ଼ାରେ ବିଜେଡିକୁ ଶକ୍ତ ଧକ୍କା : ବିଜେପିରେ ସାମିଲ ହେଲେ ଏନଏସି ଅଧ୍ୟକ୍ଷ ଓ ୮ କାଉନସିଲର

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା ରାଜନୀତିରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବିଜେଡିକୁ ଏକ ଶକ୍ତ ଧକ୍କା ଦେଇ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅଧ୍ୟକ୍ଷ ମହମ୍ମଦ ଆଦମଙ୍କ ନେତୃତ୍ୱରେ ୮ ଜଣ କାଉନସିଲର ଓ ସମର୍ଥକ ଆଜି ବିଧିବଦ୍ଧ ଭାବେ ଶାସକ ବିଜେପି ଦଳରେ ସାମିଲ ହୋଇଛନ୍ତି । ଭବ୍ୟ ମିଶ୍ରଣ ପର୍ବ ନୂଆପଡ଼ା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ନୂଆପଡ଼ା ବିଧାୟକ ଜୟ ପ୍ରକାଶ ଢୋଲକିଆ ଏବଂ କଳାହାଣ୍ଡି ସାଂସଦ ମାଳବିକା ସିଂଦେଓଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ଏହି ଅବସରରେ ଖରିଆର ରୋଡ୍ ଏନଏସି ଅଧ୍ୟକ୍ଷା ସୋନିଆ ଜୈନ ଏବଂ ଯୁବନେତା ଅଭିନନ୍ଦନ ପଣ୍ଡା ମଧ୍ୟ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ବିଜେଡି ଛାଡ଼ି ପଦ୍ମ ଧରିଥିବା ପ୍ରମୁଖ କାଉନସିଲରମାନେ ହେଲେ :- ଧର୍ମରାଜ ଶବର (ୱାର୍ଡ ନଂ ୧), ସଙ୍ଗୀତା ପାରଖ (ୱାର୍ଡ ନଂ ୪), ଥାନେଶ୍ୱର ସୁନା (ୱାର୍ଡ ନଂ ୫), ଶିବାନନ୍ଦ ପାତ୍ର (ୱାର୍ଡ ନଂ ୬), ଧନେଶ୍ୱରୀ ସାହୁ (ୱାର୍ଡ ନଂ ୭), ରାଣୁ ସାହୁ (ୱାର୍ଡ ନଂ ୮), ମଳୟ ମଣ୍ଡଳ (ୱାର୍ଡ ନଂ ୧୧), ଭଗବତୀ ଦଣ୍ଡସେନା (ୱାର୍ଡ ନଂ ୧୨), ରାଜନୈତିକ ସମୀକରଣରେ ପରିବର୍ତ୍ତନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ ନୀତି ଓ ବିଜେପିର ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ଯୋଗଦେଇଥିବା ପ୍ରକାଶ କରିଛନ୍ତି । ଏହି ମିଶ୍ରଣପରେ ନୂଆପଡ଼ା ଏନଏସିରେ ବିଜେପିର ସ୍ଥିତି ଅତ୍ୟନ୍ତ ସୁଦୃଢ଼ ହୋଇଥିବା ବେଳେ ବିଜେଡି ଶିବିରରେ ହଲଚଲ ସୃଷ୍ଟି ହୋଇଛି । ବିଧାୟକ ଜୟ ପ୍ରକାଶ ଢୋଲକିଆ କହିଛନ୍ତି ଯେ, “ନୂଆପଡ଼ାର ବିକାଶ ପାଇଁ ଏହି ମିଶ୍ରଣ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ।”

Leave A Reply

Your email address will not be published.