ସେବା ଓ ବିକାଶ ବାହାନ ଯାତ୍ରାରେ ବହୁ ଲୋକ ସାମିଲ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କପିଲାଭଟା ଓ ଗନ୍ଧରାବନ୍ଧ ପଞ୍ଚାୟତରେ ସେବା ଓ ବିକାଶ ବାହନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ପାଇଁ ରହିଥିବା ସରକାରଙ୍କ ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟଠାରେ କପିଲାଭଟା ଗ୍ରାମ ପଞ୍ଚାୟତ ସରପଞ୍ଚ ତୁଳସେ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଶିବାଜୀ ମହାନ୍ତି, ସମିତି ସଭ୍ୟ କେଦାର ଭୋଇ, ବିଧାୟକ ପ୍ରତିନିଧି ଯୌବନ ବାଗ, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ସୂଚନା ଅଧିକାର କର୍ମୀ ଥବିର ଚନ୍ଦ୍ର ବାଗ, କିଶୋର ମେହେର, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ପବିତ୍ର ପୋଡ଼, ପିଇଓ କୁଳମଣି ମେହେରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ । ମାଁ ସାହଜୀ ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସେହିପରି ଗନ୍ଧରାବନ୍ଧ ପଞ୍ଚାୟତରେ ସରପଞ୍ଚ ରୁଷଭ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିବାଜୀ ମହାନ୍ତି, ସମିତି ସଭ୍ୟ ସଭ୍ୟା ଜଗତ, ସମିତି ସଭ୍ୟ ଭୋଳାନାଥ ବେହେରା, ବିଧାୟକ ପ୍ରତିନିଧି ବସନ୍ତ ମେହେର ମଞ୍ଚାସିନ ହୋଇଥିଲେ । ପିଇଓ ଶ୍ରୀକାନ୍ତ ମେହେର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏପିଓ ଲକ୍ଷ୍ମଣ ବୁଡେକ, ବିପିଏମ ବିଜୟ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.