
- ନରସିଂହ ସମରେନ୍ଦ୍ରଙ୍କ ବିକାଶମୂଖୀ ରାଜନୀତିକୁ ଲୋକେ କଲେ ବିଶ୍ୱାସ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ସ୍ଥିତ ସକମା ପଂଚାୟତର କୁଟୁରାପାଲି ଗାଁରୁ ୫୦ରୁ ଅଧିକ ମହିଳା ଓ ପୁରୁଷ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ବାସଭବନ ସ୍ଥିତ କାର୍ଯ୍ୟାଳୟକୁ ଆସି କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହେବା ଅବସରରେ ସେମାନେ କହିଛନ୍ତି ବିଜେଡିର ୨୪ ବର୍ଷର ଶାସନ ରେ ସେମାନେ ନରସିଂହ ମିଶ୍ରଙ୍କ ୧୦ ବର୍ଷର ବିକାଶମୂଖୀ ନେତୃତ୍ୱ କୁ ଭୁଲି ପାରିବେ ନାହିଁ । ଯଦି ଓ ସେମାନେ ବିଜେଡି ଦଳରେ ଥିଲେ ତଥାପି ମଧ୍ୟ ନରସିଂହ ଓ ଯୁବନେତା ସମରେନ୍ଦ୍ରଙ୍କ ବିକାଶମୂଖୀ ରାଜନୀତି ପ୍ରତି ବିଶେଷ ଭାବେ ଆକୃଷ୍ଟ ହୋଇଛନ୍ତି । କ୍ଷମତାରେ ଥାନ୍ତୁ ନା ଥାନ୍ତୁ କଂଗ୍ରେସ ଦଳ ଓ ଏହାର ନେତୃତ୍ୱ ସବୁବେଳେ ସମାଜର ଅବହେଳିତ, ନିଷ୍ପାଶିତ, ଗରିବ, ଖଟିଖିଆ, ମହିଳା ଓ ପୁରୁଷମାନଙ୍କର ହିତ ପାଇଁ କାମ କରିଥାନ୍ତି । ତେଣୁ ଆଜି ଗାଁର ମହିଳା ଓ ପୁରୁଷମାନେ କଂଗ୍ରେସ ଦଳର ନୀତି ଆଦର୍ଶ, ସେବା ମନୋଭାବ ଓ ନରସିଂହ-ସମରେନ୍ଦ୍ରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି । ମିଶ୍ରଣ ସମାରୋହରେ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ର ସମସ୍ତ ଗ୍ରାମବାସୀଙ୍କୁ ସ୍ୱାଗତ କରିବା ସହ ଫୁଲ ଓ ଉତ୍ତରୀୟ ଦେଇ କଂଗ୍ରେସ ଦଳରେ ସାମିଲ କରିଥିଲେ । ସେ କହିଥିଲେ ଲୋକେ କଂଗ୍ରେସ ଦଳ ଓ ତାଙ୍କ ନେତୃତ୍ୱକୁ ଆସ୍ଥା ପ୍ରକଟ କରିଥିବାରୁ ନିଶ୍ଚିତ ଭାବରେ ଲୋକେ ଧନ୍ୟବାଦର ପାତ୍ର । ଆଗାମୀ ଦିନରେ ସରକାରଙ୍କ ଲୋକ ବିରୋଧି, ବିକାଶ ବିରୋଧି ମନୋଭାବକୁ ବଦଳାଇବା ପାଇଁ ରାଜନୈତିକ ସ୍ତରରେ ପ୍ରବଳ ଚାପ ପକାଯିବ ଏବଂ ଲୋକଙ୍କ ସାମଗ୍ରିକ ବିକାଶ ଯେପରି ହୋଇପାରିବ ସେ ଦିଗରେ ତାଙ୍କ ଦଳ ଓ ସେ ନିଜେ ନିଶ୍ଚିତ ଭାବେ ପଦକ୍ଷେପ ନେବେ ବୋଲି କହିଥିଲେ । ସକମା ପଂଚାୟତର ସମିତି ସଭ୍ୟ ସଂଜିବ କୁମାର ପ୍ରଧାନ ଓ ଲିପନ ପ୍ରଧାନଙ୍କ ନେତୃତ୍ୱରେ ଏ ମିଶ୍ରଣ ସମାରୋହ ଆୟୋଜନ ହୋଇଥିଲା । କୁଟ୍ରାପାଲି ତଲିପଡାର ଜଗନ୍ନାଥ ବଗର୍ତ୍ତି, ପ୍ରଦୀପ ପ୍ରଧାନ, ଶିବ ପ୍ରଧାନ, ଲିଙ୍ଗରାଜ ପ୍ରଧାନ, ଇନ୍ଦ୍ର ମହାକୁର, ମାର୍କଣ୍ଡ ଚନ୍ଦନ, ଦୁର୍ଯୋଧନ ମହାକୁର, ରୁଦ୍ର ପ୍ରଧାନ, ମହାଦେବ ମହାକୁର, ମାୟାଧର ସେଠ, ପ୍ରବୀଣ ସେଠ, ପଂଚା ଚନ୍ଦନ, ଟଙ୍କଧର ଚନ୍ଦନ, ଜିତ ଚନ୍ଦନ, ପବିତ୍ର ପ୍ରଧାନ, ଲଳିନା ସାହୁ, କୁମଦିନୀ ଚନ୍ଦନ, ଆନନ୍ଦିନୀ ପଧାନ, ରଂଜିତା ବଗର୍ତ୍ତିଙ୍କ ସମେତ ୫୦ରୁ ଅଧିକ ମହିଳା ଓ ପୁରୁଷ କଂଗ୍ରେସ ଦଳରେ ସାମିଲ ହୋଇଥିଲେ ।